Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବୈତରଣୀରେ ବନ୍ୟା : ଏବେବି ପାଣିଘେରରେ ଅନେକ ଅଞ୍ଚଳ, ଉଦ୍ଧାର କାର୍ଯ୍ୟ ଜାରି

29/08/2020 at 8:30 AM

ଭଦ୍ରକ ୨୯।୦୮ : ବୈତରଣୀରେ ଆସିଛି ପ୍ରଳୟଙ୍କରୀ ବନ୍ୟା । ଉପର ମୁଣ୍ଡରୁ ପାଣି ଖସୁଥିବା ବେଳେ ତଳ ମୁଣ୍ଡରେ ବନ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଧଶା ବଢିବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ୧୮.୧୬ ମିଟରରେ ପ୍ରବାହିତ ହେଉଥିବା ବେଳେ ବିପଦ ସଙ୍କେତ ରହିଛି ୧୭.୮୩ ମିଟର ରହିଛି ।

ବନ୍ୟା ଭଦ୍ରକ ଜ଼ିଲ୍ଲାର ମୁଖ୍ୟତଃ ୪ଟି ବ୍ଲକରେ ତାର ପ୍ରଳୟ ରଚାଇଛି । ଖାସ୍‌ କରି ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ତଳି ଅଞ୍ଚଳରେ ବନ୍ୟା ପାଣି ପଶି ଅନେକ କ୍ଷୟକ୍ଷତି କରିଛି । ବୈତରଣୀର  ଉପର ମୁଣ୍ଡରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ତଳ ମୁଣ୍ଡରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି । ଧାମନଗର ବ୍ଲକର ହସନାବାଦ, ସୋହଡା, ନଦିଗାଁ, କରଦା, ଦିହୁଡ଼ି ଆନନ୍ଦପୁର, ଦୋବଲ, ବୟାଙ୍ଗଡିହ, କୋଠାର, ଅସୁରାଳି ସମେତ ଅନେକ ପଞ୍ଚାୟତ ଏବେ ଜଳବନ୍ଦୀ ।

ଭଣ୍ଡାରିପୋଖରୀ ବ୍ଲକର ବାଲି ପୋଖରୀ, ଷୋଳମପୁର, କୂରିଗାଁ, ରହଣିଆ, ମାଳଦା ସହ ଅନେକ ପଞ୍ଚାୟତରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ତିହିଡି ବ୍ଲକରେ ବନ୍ୟାରେ କାଁପଡ଼ା, ଵିଲଣା, ବାରୋ ସମେତ ଅନେକ ପଞ୍ଚାୟତର ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି । ଓଡ୍ରାଫ , ଏନଡ଼ିଆରଏଫ ଓ ଅଗ୍ନିଶମ ବାହିନୀ ବନ୍ୟା ଘେରରୁ ଯୁଦ୍ଧ କାଳୀନ ଭିତ୍ତିରେ ଲୋକ ମାନଙ୍କୁ ଉଦ୍ଧାର କରୁଛନ୍ତି । ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଛି। ଏବେବି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ଚାଲୁଥିବାରୁ ଯୋଗାଯୋଗ ବିଛିନ୍ନ ରହିଛି ।

   Related Posts