ଭଦ୍ରକ ଜିଲ୍ଲାର ୭ ବ୍ଲକ୍ ବନ୍ୟା ପ୍ରଭାବିତ, ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଓ ଓଡ୍ରାଫ୍

Published By : Prameya-News7 Bureau | August 28, 2020 IST

ଭଦ୍ରକ , ୨୮।୦୮: ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ବନ୍ୟା ସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର ଭଣ୍ଡାରିପୋଖରୀ  ବ୍ଲକରେ ବନ୍ୟା ଯୋଗୁଁ ଜଣେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ସେହିପରି   ୭ଟି ବ୍ଲକର ୧୧୮ ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି ।  ୫୪୩ଟି  ଗ୍ରାମ ମଧ୍ୟ ବନ୍ୟା ପ୍ରଭାବିତ ହୋଇଛି । ଜିଲ୍ଲାରେ ୩୮୫୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ।  ୩୬ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟରେ ଭଣ୍ଡାରିପୋଖରୀ ବ୍ଲକରେ ଏନଡିଆରଏଫ ଓ ଧାମନଗରରେ ଓଡ୍ରାଫ ଟିମ ମୃତୟନ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ୧୦ଟି ବୋଟ ମୃତୟନ ରହିଛି । ଜିଲ୍ଲାରେ ୭ ଟି ରାପିଡ୍ ମେଡିକାଲ ଟିମ୍ କାର୍ଯ୍ୟ କରୁଛି । ୧୦ ଟି ପ୍ରାଣୀଧନ ୟୁନିଟ ଜିଲ୍ଲାରେ ତଦାରଖ କରୁଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.