ପ୍ରବଳ ବର୍ଷା ଲାଗି ସହରରେ ବନ୍ୟା ପରିସ୍ଥିତି, ବିଭିନ୍ନ ଅଞ୍ଚଳ ଏବେ ବି ଜଳମଗ୍ନ

Published By : Prameya-News7 Bureau | August 26, 2020 IST

ବାରିପଦା ୨୬।୦୮: ପ୍ରବଳ ବର୍ଷାରେ ବାରିପଦା ସହରରେ ବନ୍ୟା ପରିସ୍ଥିତି। ଗତ ୨୪ ଘଣ୍ଟାରେ କେବଳ ବାରିପଦା ସହରରେ  ୧୮୬ମିମି ବର୍ଷା ରେକର୍ଡ କରାଯାଇଛି। ରାତି ତମାମ ବର୍ଷା ଲାଗି ରହିବା ଫଳେ ବାରିପଦା ସହରତଳି ଅଞ୍ଚଳର ୭ ନମ୍ବର, ୮ନମ୍ବର  ଓ ୧୭ ନମ୍ବର ୱାର୍ଡରେ ବନ୍ୟାପାଣି ପଶିଯାଇଛି।

ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହିତ ମଧୁବନ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ବହୁ ଲୋକ ନିଜେ ମଧ୍ୟ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିବାର ଦେଖିବାକୁ ମିଲିଛି। ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ସହିତ ତଳିଅଞ୍ଚଳ ଗୁଡିକରେ ଲୋକଙ୍କୁ ସତର୍କ କରାଇଛନ୍ତି। ଏହି ସବୁ ଅଞ୍ଚଳରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢୁଥିବା ବେଳେ ବନ୍ୟା ପରିସ୍ଥିତି ଲୋକଙ୍କ ସହିତ ପ୍ରଶାସନର ମଧ୍ୟ ଚିନ୍ତା ବଢାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.