ବଲାଙ୍ଗିର, ବରଗଡ ଓ ସୋନପୁରରେ ବନ୍ୟା ପରିସ୍ଥିତି ସଙ୍ଗୀନ: ୧୩୪ ବ୍ଲକର ୨ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ , ମହାନଦୀରେ ପ୍ରଥମ ବନ୍ୟାଜଳ

Published By : Prameya-News7 Bureau | August 14, 2019 IST

ଭୁବନେଶ୍ବର୧୪|୮: ପଶ୍ଚିମ ଓଡ଼ିଶାରେ ଆଜି ମଧ୍ୟ  ବନ୍ୟା ସ୍ଥିତି ଗମ୍ଭୀର ରହିଛି ।୧୩୪ ବ୍ଲକର ୨ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବଲାଙ୍ଗିରରେ ସର୍ବାଧିକ ୫୫୫ ମିଲିମିଟର ବର୍ଷା ହୋଇଥିବା ବେଳେ ମହାନଦୀରେ ଆସିଛି ପ୍ରଥମ ବନ୍ୟା ।

{"id":144367}

ବଲାଙ୍ଗିରରେ ଆଜିବି ସ୍ଥିତି ଗମ୍ଭୀର । ଗତ ୨ ଦିନ ହେଲା ଲୋକେ ବନ୍ୟାଜଳ ଘେରରେ ଆଉଟୁପାଉଟୁ ହେଉଛନ୍ତି । ବଲାଙ୍ଗୀରରେ ଗୋଟିଏ ଦିନରେ ୫୫୫ ମିଲିମିଟର ବର୍ଷା । ଭାଙ୍ଗିଯାଇଛି ଘରଦ୍ବାର ।ଧୋଇଯାଇଛି ସବୁକିଛି । ପ୍ରବଳ ବର୍ଷାରେ ସର୍ବସ୍ବ ହରାଇବା ପରେ ଏବେ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ଲୋକେ । ଝାଟିମାଟି ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଘର ଆସବାବ ପତ୍ର ଏଣେତେଣେ ବିଛାଡ଼ି ହୋଇ ପଡ଼ି ରହିଛି । ସାଇତି ରଖିଥିବା ଚାଉଳ ଏବଂ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି ।ଏବେ ରିଲିଫ୍‌ ସେଣ୍ଟର ଉପରେ ଭରସା କରିଛନ୍ତି ଲୋକେ ।…

{"id":144368}

ସହର ଠାରୁ ଗାଁ ଏବେ ଏମିତି ଅବସ୍ଥା । ବଲାଙ୍ଗିର ସହରରେ ୨୧ଟି ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୧ଟି ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ୫ଟି ବ୍ଲକ୍‌ ଗୁଡ଼ଭେଲା, ପୁଇଁତଳା, ବଲାଙ୍ଗିର ସଦର, ଲୋଇସିଂହା ଓ ସଇଁତଳା ବ୍ଲକ୍‌ ବନ୍ୟାରେ ବେଶୀ ପ୍ରଭାବିତ ହୋଇଛି ।କ୍ଷୟକ୍ଷତିର ଆକଳନ ସହିତ ଲୋକଙ୍କୁ କ୍ଷତିପୁରଣ ଦେବାକୁ ଦାବି ହୋଇଛି ।…

{"id":144369}

ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ରହିଛି । ମହାନଦୀ, ତେଲନଦୀ, ସୁକତେଲ ନଦୀର ଜଳପତ୍ତନ ବଢିବା ସହ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ତରଭା ବ୍ଲକ। ସୁବର୍ଣ୍ଣପୁର-ବଲାଙ୍ଗୀର  NH-୫୭  ଘାଟ କଇଁତରା ପାଖରେ ପ୍ରାୟ ୩ ଫୁଟ ଉଚ୍ଚର ପାଣି ଚାଲୁଛି । ବୀରମହାରାଜପୁର ବ୍ଲକ ବାଉରୀ ନାଳ ଓ ଉଲୁଣ୍ଡା ବ୍ଲକର ହିକୁଡି ନାଳ ଉପରେ ୫ଫୁଟର ପାଣି ଚାଲୁଛି । ଖାରୀରୁ ମେଣ୍ଡା ରାସ୍ତାରେ ମଧ୍ୟ ୩ଫୁଟ ର ପାଣି ପ୍ରବାହିତ ହୋଇଛି ।

{"id":144370}

ହଜାର ହଜାର ସେକ୍ଟର ଚାଷ ଜମିରେ ପାଣି ଜମି ରହିଛି । ହୀରାକୁଦ ଜଳଭଣ୍ଡାରରୁ ପାଣି ଛଡାଯାଇଥିବାରୁ ମହାନଦୀର ଜଳପତ୍ତନ ବୃଦ୍ଧି ହେବାର ସମ୍ଭାବନା ରହିଛି । ନଦୀ କୂଳରେ ଥିବା ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ବନ୍ୟା ସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛି ପ୍ରଶାସନ । ୫ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ରନ୍ଧାଖାଦ୍ୟ ଦିଆଯାଉଛି । କୌଣସି ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ ସଜାଗ ଥିବା ଜିଲ୍ଲାପାଳ କହିଛନ୍ତି ।…

{"id":144372}

ବରଗଡ଼ ଜିଲ୍ଲା ପାଇକମାଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୦ ମିଲିମିଟର ବର୍ଷା ହୋଇଛି । ନୃସିଂହନାଥ ପୀଠକୁ ଆସିଥିବା ବୋଲବମ ଭକ୍ତ ମାନେ ନାହିଁ ନ ଥିବା ହଇରାଣ ହୋଇଛନ୍ତି । ଜିଲ୍ଲାର କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ କନ୍ଧମାଳ ଜିଲ୍ଲାରେ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ କୋଟଗଡ଼ ବ୍ଲକ୍‌ରେ ଅନେକ ସ୍ଥାନରେ ଘର ଭାଙ୍ଗିଯାଇଛି ।ବାଲିଗୁଡ଼ା ସହରରେ ମଧ୍ୟ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ରହିଛି ।…

{"id":144373}

ପଶ୍ଚିମ ଓଡିଶାରେ ବନ୍ୟା ସ୍ଥିତି ଗମ୍ଭୀର ରହିଥିବା ବେଳେ ୧୩୪ ବ୍ଲକର ସମୁଦାୟ ୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୧୨୪ଟି ରିଲିଫ କେନ୍ଦ୍ରରେ ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ୧୫ଟି ଓଡ୍ରାଫ ଓ ୩ଟି ଏନଡିଆରଏଫ ଟିମ୍  ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

{"id":144374}

୧୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି । ମରୁଡି ପରିସ୍ଥିତି ବଦଳିଛି । ମୋଟ ୮ଟି ଜିଲ୍ଲାରେ ଅଧିକା ବର୍ଷା ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ୭ଟି ଜିଲ୍ଲାରେ ସ୍ବଭାବିକ ଠାରୁ କମ୍ ବର୍ଷା ହୋଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।…

{"id":144375}

ବର୍ଷା କମୁଥିବା ବେଳେ ଏବେ ଲୋକଙ୍କୁ ରିଲିଫ୍ ପ୍ରଦାନ ଏବଂ ଘରଭଙ୍ଗା ସହାୟତା ଯୋଗାଇ ଦିଆଯିବାକୁ ଦାବି ହୋଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.