ନୃସିଂହନାଥ ପୀଠରେ ବନ୍ୟା ପରିସ୍ଥିତି, ଲାଗି ରହିଛି ବର୍ଷା

Published By : Prameya-News7 Bureau | August 13, 2019 IST

ପଦ୍ମପୁର ୧୩|୮:  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ନୄସିଂହନାଥ ପୀଠରେ ବନ୍ୟା ପରିସ୍ଥିତି । ରବିବାର ମଧ୍ୟ ରାତ୍ରିରୁ ବର୍ଷା ଲାଗିରହିଥିବା ହେତୁ ଗନ୍ଧମାର୍ଦ୍ଦନ ପାହାଡ଼ରୁ ବହିଆସୁଥିବା ଝରଣାର ସ୍ରୋତ ବଢିବାରେ ଲାଗିଛି । କୁଳୁକୁଳୁ ନାଦରେ ବହୁ ଥିବା ନଦୀ ଏବେ ଘୋର ଗର୍ଜନ କରୁଛି । ଶ୍ରାବଣ ମାସ ହୋଇଥିବାରୁ ନୄସିଂହନାଥ ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି ।

{"id":143841}

ବନ୍ୟା ପରିସ୍ଥିତି ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ବନ୍ୟା ପାଣି ଯୋଗୁଁ ଲୋକେ ଚାଳଧାର, ଭୀମ ଧାର, ପଞ୍ଚୁ ପାଣ୍ଡବ1 ଓ କପିଳ ଧାର ପରି ପାହାଡର ଉପର ସ୍ଥାନକୁ ଯାଇପାରୁ ନାହାନ୍ତି । ହେଲେ ମୁଖ୍ୟ ମନ୍ଦିର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଏବେବି ନୃସିଂହନାଥ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.