ବାଙ୍କୀରେ ବନ୍ୟା- ଗାଁରେ ପଶିଛି ମହାନଦୀର ବନ୍ୟା ଜଳ, ୧୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ

Published By : Prameya-News7 Bureau | September 09, 2019 IST

ବାଙ୍କୀ ୯।୯- ବାଙ୍କୀରେ ପଶିଲା ମହାନଦୀ ପାଣି । ସୁବର୍ଣ୍ଣପୁର ନିକଟ ହୁଳୁହୁଳା ପୋଲ ଉପରେ ୫ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ୪ଟି ପଞ୍ଚାୟତ ବାଙ୍କି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସମିଳପୁର ପଞ୍ଚାୟତ କଇଁଆ ନାଳ ଉପରେ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।

{"id":155352,"width":676,"height":372}

ବିଲିପଡ଼ା ପଞ୍ଚାୟତ ସମେତ ଆଉ ୩ଟି ପଞ୍ଚାୟତ ପାଣି ଘେରରେ ରହିଛି । ପ୍ରାୟ ୧୦ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ପାଣିଘେରରେ ଥିବା ଲୋକମାନଙ୍କ ପାଖରେ ପ୍ରଶାସନ ପହଞ୍ଚିନଥିବା ଅଭିଯୋଗ ହୋଇଛି ।

{"id":155354,"width":673,"height":370}

କିଛି ଦିନ ତଳେ ମହାନଦୀରେ ବନ୍ୟା ପାଣି ଆସି ଏସବୁ ଅଂଚଳକୁ ବୁଡ଼ାଇଥିଲା । ଏବେ ପୁଣି ସମାନ ପରିସ୍ଥିତି ସ୍ଥାନୀୟ ଅଂଚଳର ଚାଷୀଙ୍କୁ ହାତଶ କରିଛି । ଏହି ଅଂଚଳରେ ବ୍ୟାପକ ଭାବେ ପନିପରିବା ଚାଷ କରାଯାଉଥିବାରୁ ସେଗୁଡ଼ିକ ଏବେ ନଷ୍ଟ ହୋଇଯାଇଛି । ସେହିଭଳି ଧାନ ରୁଆ ରୁଆ ସରିବା ବେଳକୁ ଜମି ଜଳମଗ୍ନ ହୋଇଥିବାରୁ ମୁଣ୍ଡରେ ହାତ  ଦେଇ ବସିଛନ୍ତି ଚାଷୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.