ବାଲେଶ୍ବରର ଜଳକା ନଦୀର ଜଳସ୍ତର ବଢ଼ିବା ଯୋଗୁଁ ଦେଖାଦେଇଛି ବନ୍ୟା ଆଶଙ୍କା

Published By : Prameya-News7 Bureau | August 18, 2019 IST

ବାଲେଶ୍ବର ୧୮/୮: ଲଘୁଚାପ ଜନିତ ବର୍ଷା ଯୋଗୁଁ ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବଢୁଥିବା ବେଳେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀ ର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର ମୋରଡା ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି ।

{"id":145658}

ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୧୦ଟା ସୁଧା ୫.୨୮ ମିଟରରେ ଜଳ ପ୍ରବାହିତ ହେଉଛି । ଘଣ୍ଟା ପ୍ରତି ୦.୦୯ମିଟର ଜଳ ବଢୁଥିବାର ଦେଖିବାକୁ ମିଳିଛି,  ଯଦି ଏହିଭଳି ଭାବରେ ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକ୍ ର ୧୦ ଟି ପଞ୍ଚାୟତ ଓ ସଦର ବ୍ଳକ୍ ର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.