ଆଠଗଡରେ ବନ୍ୟା ପରିସ୍ଥିତି : ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | August 16, 2019 IST

ଆଠଗଡ ୧୬|୮: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଚଷାଆଁରା ଗାଁରେ ବନ୍ୟାଜଳ ପସିଥିବା ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ୬ କିଲୋମିଟର ଲାଗି ଗାଁ ଚାରିପଟେ ବନ୍ୟାଜଳ ଲାଗିରହିଛି ।

{"id":144734}

୬ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଗାଈନାଳ ଉପରେ ଚାଲିଛି ବନ୍ୟାଜଳ । ତିଗିରିଆ ଓ ବାଙ୍କିର ୮ ଗୋଟି ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲୋକଙ୍କୁ ଉଦ୍ଧାର ପାଇଁ ୩ ଗୋଟି ବୋଟ୍ ନିୟୋଜିତ ହୋଇଛି । ଚଷାଆଁରା ଗାଁରେ ଆରମ୍ଭ ହୋଇଛି ରିଲିଫ୍ ଯୋଗାଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.