ଚାରିଆଡ଼େ ଖାଲି ପାଣି ହିଁ ପାଣି : ଆସାମ ଏବଂ ବିହାରରେ ପ୍ରବଳ ବର୍ଷା ସହ ବନ୍ୟା ସ୍ଥିତି

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ ୧୯/୭: ସବୁଠୁ ଅଧିକ ପ୍ରଭାବିତ ଲୋକ ବ୍ରହ୍ମପୁତ୍ର ନଦୀ ଚାରିପାର୍ଶ୍ବରେ ରୁହନ୍ତି ଏବଂ ବିଶେଷ ଭାବେ ଏଥିରେ ସେହି ଲୋକମାନେ ସାମିଲ ଅଛନ୍ତି ଯେଉଁମାନଙ୍କ ପରିଚୟ ଲଗାତାର ଭାବେ ସନ୍ଦେହ ଘେରରେ ରହିଛି। ଆସାମରେ ଆସିଥିବା ବନ୍ୟାର ଫଟୋ ଦେଖି ସମସ୍ତେ ଡରିଯିବେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ବାଉଁଶ ଘେରାଇ ଲୋକେ ରହିବାକୁ ବାଧ୍ୟ ହେଉଛନ୍ତି।

{"id":302467,"sizeSlug":"large"}

ଆସାମରେ ଖାଲି ଚତୁଃପାର୍ଶ୍ବରେ ପାଣି ଆଉ ପାଣି ନଜର ଆସୁଛି। ଘରେ ରହିବା ଲୋକ ଛାତ ଉପରେ ରହିଛନ୍ତି ତାହା ବି ଏହି ଆଶାରେ ଯେ ପାଣି ସ୍ତର ହ୍ରାସ ପାଇବ ଏବଂ ସେମାନେ ତାଙ୍କ ଘରେ ରହି ପାରିବେ।

{"id":302468,"sizeSlug":"large"}

ଆସାମରେ ସବୁ ବର୍ଷ ବନ୍ୟା ହୋଇଥାଏ। କିନ୍ତୁ ପୂର୍ବରୁ ବନ୍ୟା ୪-୫ବର୍ଷରେ ଥରେ ଆସୁଥିଲା। କିନ୍ତୁ ଗତ କିଛି ବର୍ଷ ହେବ ପ୍ରତି ବର୍ଷ ବନ୍ୟା ଆସୁଛି। ଆସାମ ଦେଶର ଏପରି ରାଜ୍ୟ,ଯାହା ପୂରାପୂରି ନଦୀ ଘାଟିରେ ରହିଛି।

{"id":302469,"sizeSlug":"large"}

ବନ୍ୟା କାରଣରୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି,ଫସଲ ନଷ୍ଟ ହୋଇଛି ଏବଂ ଅନେକ ସ୍ଥାନରେ ରାସ୍ତା ଏବଂ ପୋଲ ଭାଙ୍ଗି ଯାଇଛି। ଏଠାରେ ବନ୍ୟାରେ ମୋଟ ୧୦୫ଜଣଙ୍କ ମୃତ୍ୟୁ ହୋଇଛି।

{"id":302470,"sizeSlug":"large"}

ସେହିପରି ବିହାରରେ ଆଗାମୀ ୭୨ଘଣ୍ଟାରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହୋଇପାରେ। ଏହାକୁ ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି। ଯେଉଁ ଜିଲ୍ଲା ପାଇଁ ଆଲର୍ଟ କରାଯାଇଛି ସେଥିରେ ଉତ୍ତର ବିହାର ଏବଂ ନେପାଳ ସହ ଲାଗିଥିବା ୧୧ଟି ଜିଲ୍ଲା ସାମିଲ ରହିଛି। ନେପାଳର ତରାଇ କ୍ଷେତ୍ର ଏବଂ ଉତ୍ତର-ପୂର୍ବ ବିହାରରେ ଥିବା ଜିଲ୍ଲା ମଧ୍ୟରେ ସୁପୌଲ,ଅରରିୟା,ସହରସା,ମଧୁବନୀ,ପୂର୍ଣ୍ଣିୟା,କିଶନଗଞ୍ଜ,ମଧେପୁରା,ସୀତାମଢ଼ୀ,ଦରଭଙ୍ଗା,ସମସ୍ତିପୁର ଏବଂ କଟିହାରରେ ମୂଷଳ ଧାରାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି।

{"id":302471,"sizeSlug":"large"}

ପାଣିପାଗ ବିଭାଗ ଲୋକଙ୍କୁ ବର୍ଷା ଏବଂ ବଜ୍ରପାତକୁ ନେଇ ସାବଧାନ ଏବଂ ସୁରକ୍ଷିତ ରହିବାକୁ ଅପିଲ କରିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ମୁତାବକ ଗତ ୨୪ଘଣ୍ଟାରେ ଉତ୍ତର ବିହାରର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। କିଶନଗଞ୍ଜ ଏବଂ ସୁପୌଲରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି।

{"id":302472,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.