Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉପର ମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ମହାନଦୀ ଜଳସ୍ତର, ଟିକରପଡାରେ ବନ୍ୟା

ଅନୁଗୋଳ ୧୪|୮:  ଉପର ମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀ ବଢିଛି। ଫଳରେ ମହାନଦୀ କୂଳରେ ଥିବା ଟିକରପଡା, ମଝିପଡା, ବେହେରାସାହି, ଗଇନ୍ଦି ଆଦି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏହି ଗାଁ ଭିତରେ ଏବେ ମହାନଦୀ ବର୍ଷା ଜଳ ପଶିବାକୁ ଲାଗିଲାଣି। ଫଳରେ ଆତଙ୍କିତ ଗ୍ରାମବାସୀ ଗାଁ ଛାଡିବାକୁ ପ୍ରସ୍ତୁତ ହେଲେଣି । କେହି କେହି ହୋଲି ଡଙ୍ଗାରେ ଘର ସରଞ୍ଜାମ ଧରି ଉଚ୍ଚ ଜାଗାକୁ ଯିବାକୁ ବାହାରି ସାରିଲେଣି। ପାଣିକୁ ଦେଖି ପ୍ରଶାସନ ମଧ୍ୟ ସଜାଗ ହୋଇ ସାରିଛି।

ଅନୁଗୋଳ ବିଡ଼ିଓ ସେହି ଅଞ୍ଚଳକୁ ଯିବାକୁ ବାହାରି ସାରିଛନ୍ତି । ଆହୁରି ଡଙ୍ଗା ଆଉ ଲଂଚ ଯୋଗାଡ଼ ଚାଲିଛି। ରିଲିଫ୍ ସାମଗ୍ରୀ ମଧ୍ୟ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣି ବଢୁଛି। ଏପଟେ ହୀରାକୁଦରୁ ପାଣି ମଧ୍ୟ ଛଡା ଯାଇଛି। ସେ ପାଣି ରାତି ସୁଦ୍ଧା ପହଁଚି ଯାଇପାରେ। ପୁଣି ପାଣି ପହଁଚିଲେ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି । ତେଣୁ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ତାକୁ ଆଖିଆଗରେ ରଖି ପ୍ରଶାସନ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

68 Views

   ସମ୍ବନ୍ଧିତ ଖବର