Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଗଞ୍ଜାମରେ ଭୀଷଣ ବନ୍ୟା : ଆସିକା ସହରରେ ଚାଲିଛି ୧୦ ଫୁଟ୍ ଉଚ୍ଚର ପାଣି, ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ, ଗଜପତି ଓ କନ୍ଧମାଳରେ ମଧ୍ୟ ପରିସ୍ଥିତି ସଂଗୀନ

12/10/2018 at 4:09 PM

ଭୁବନେଶ୍ବର ୧୨|୧୦:    ବାତ୍ୟା ଟଳିଗଲା, ହେଲେ ବଢିଲାଣି ବନ୍ୟା ଭୟ । ତିତଲି ପ୍ରଭାବରେ ୨ଦିନ ଧରି ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡିଶାର ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ସ୍ଥିତି ଆହୁରି ସଂଗୀନ ହୋଇପାରେ ।

ଋଷିକୂଲ୍ୟା ଓ ବଂଶଧାରା ଅବବାହିକାରେ ବନ୍ୟା ଆସି  ଅନେକ ଅଂଚଳ ଜଳମଗ୍ନ ହୋଇଛି । ସେପଟେ ଜଳକା ଫୁଲୁଥିବାରୁ ବାଲେଶ୍ବର ଜିଲ୍ଲାର ଅନେକ ଅଞ୍ଚଳରେ ପାଣି ପଶିଲାଣି ।

ଋଷିକୂଲ୍ୟା ଉଗ୍ର ରୂପ ନେଉଛି । ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ବିପଦ ସଂକେତ ଉପରେ ୧୮.୪ମିଟର ଉପରେ ରହିଛି । ପୁରୁଷୋତ୍ତମପୁରର ଅନେକ ଇଲାକା ଜଳବନ୍ଦୀ ହୋଇଛି । ଉଦ୍ଧାର ପାଇଁ ଏଠାରେ ଓଡିଆରଏଏଫ ଟିମ୍ ମୁତୟନ ହୋଇଛନ୍ତି । ଭଂଜନଗର, ଆସ୍କା ଏବଂ ସୋରଡା, ଋଷିକୁଲ୍ୟାର ବନ୍ୟାଜଳରେ ଫସିରହିଛି । ଶହ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଲୋହରାଖଣ୍ଡି, ବଡ ନଦୀ ଓ ବୋଡା ନଦୀର ବନ୍ୟା ଜଳରେ ଫଶି ରହିଛନ୍ତି ଶହ ଶହ ଲୋକ । ବ୍ରହ୍ମପୁର-ଭଂଜନଗର, ସୋରଡା-ଭଂଜନଗର, ଦଶପଲା-ଭଂଜନଗର, ଭୁବନେଶ୍ବର-ଭଂଜନଗରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗଜପତି ଜିଲ୍ଲା ମୋହନାର ଲେଡବନ୍ଧ ନଦୀ ଫୁଲି ରାସ୍ତା ଉପରେ ଚାଲୁଛି ୩ ଫୁଟ୍ ଉଚ୍ଚରେ ପାଣି । ଫଳରେ ବ୍ରହ୍ମପୁର-ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବାଧାପାପ୍ତ ହୋଇଛି ।

ଏପଟେ ରାସ୍ତା ଉପରେ ପାଣି ଚାଲିବା ଯୋଗୁଁ ଆସିକାରୁ ସୋରଡ଼ାକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ନଳବଣ୍ଟାଠାରେ ପାଣି ରାସ୍ତା ଉପରେ ଚାଲିବା ଯୋଗୁଁ ଆସିକା-ବ୍ରହ୍ମପୁର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି । ଆସିକା-ଦିଗପହଣ୍ଡି ରାସ୍ତାରେ ବି ପାଣି ଚାଲୁଛି । ଗୌଡ଼ଗୋଠ, ଖମାର, ଦାମୋଦରପଲ୍ଲୀ, ଦେଉଳି ଆଦି ତଳିଆ ଅଂଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଆସିକାରେ ବନ୍ୟା ଦେଖାଦେଇଛି । ଆସିକାର ସମସ୍ତ ଅଞ୍ଚଳ ଜଳମଗ୍ନ ।  ଋଷିକୂଲ୍ୟା ନଦୀ ଓ ବଡ଼ନଦୀର ଜଳସ୍ତର ବଢିବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗତ ରାତିରେ ଜଳସ୍ତର ବଢିଥିଲା । ଆସିକା ସୁନାମ୍ବ ସାହି, ତହସିଲ ଅଫିସ, ବ୍ଲକ୍ ଅଫିସ, ଆସିକା ସବଜେଲ, ବାଣୀବିହାର, ମେଡ଼ିକାଲ ଅଞ୍ଚଳ, ଆସିକା ବସଷ୍ଟାଣ୍ଡ ସମେତ ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ଜଳବନ୍ଦୀରେ ରହିଛନ୍ତି ।  ଆସିକା ସୋରଡା , ଆସିକା ଭୁବନେଶ୍ବର, ଆସିକା ଭଞ୍ଜନଗର ପ୍ରମୁଖ ରାସ୍ତା ଜଳବନ୍ଦୀ ଯାତାୟତରେ ବ୍ୟାଘାତ ରହିଛି ।  ଆସିକା ସମେତ ଶେରଗଡ଼, କବିସୂର୍ଯ୍ୟନଗର ପ୍ରମୁଖ ଅଞ୍ଚଳ ମଧ୍ୟ ଜଳଵନ୍ଦୀରେ ରହିଛି । ଅନେକ ବସ୍ତି ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାରେ ରହିଥିବା ବେଳେ ଆଉ କିଛି ଲୋକ ଆଶ୍ରୟସ୍ଥଳୀରେ ରହିଛନ୍ତି ।

ଋଷିକୁଲ୍ୟା, ଘୋଡାହାଡ, ବଡନଦୀ, ବାଘୁଆ, ଲହରିଖଣ୍ଡି ନଦୀର ଜଳସ୍ତର ବୃଦ୍ଧି ପାଉଛି । ବାହୁଦା ନଦୀରେ ଉଛୁଳୁଛି ବନ୍ୟା ଜଳ । ଚିକିଟି ଏବଂ ପାତ୍ରପୁର ବ୍ଲକର ବଡବଳଙ୍ଗା, ମହିଷାନପୁର, ଭୀମପୁର, ଚାନ୍ଦିପୁଟ, ଲାଲମେଣ୍ଟା, ନୂଆପଡା, ସୁରୁବୁଡି ଗାଁରେ ପଶିଲା ପାଣି, ଆତଙ୍କିତ ଅବସ୍ଥାରେ ଲୋକେ । ବାହୁଦା ନଦୀରେ ଜଳ ପ୍ରବାହିତ ହେବା ଫଳରେ ଓଡିଶା ଏବଂ ଆନ୍ଧ୍ରକୁ ସଂଯୋଗ କରୁଥିବା ଇଚ୍ଛାପୁର ନିକଟରେ ଥିବା ପୋଲ ଉପରେ ପାଣି ଚାଲୁଛି । ଫଳରେ ବ୍ରହ୍ମପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ପାତ୍ରପୁର, ସୁଡଙ୍ଗି, ପାରଳାଖେମୁଣ୍ଡିକୁ ଯାତାୟତ ବାଧାପ୍ରାପ୍ତ । ବ୍ରହ୍ମପୁର-ରାୟଗଡା-ଗୁଣୁପୁର, ଆସ୍କା-ବ୍ରହ୍ମପୁର, ଚିକିଟି-ନୂଆପଡା, ପୁରୁଷୋତ୍ତମପୁର-ବ୍ରହ୍ମପୁର , ଭଞ୍ଜନଗର-ସୋରଡା ଯାତାୟତ ବାଧାପ୍ରାପ୍ତ । ହିଞ୍ଜିଳିକାଟୁର ଘୋଡାହାଡ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ପିତ୍ତଳ, ନୂଆଗୁରୁପଡା, ସିକିରି, ଆଲିପୁର ପ୍ରମୁଖ ଖାଁରେ ଲୋକେ ଜଳବନ୍ଦୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ୍ରାଫ ଟିମ୍ ଓ ପୋଲିସ ସହାୟତାରେ ପାଖାପାଖି ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ସେହିଭଳି କନ୍ଧମାଳ ଜିଲ୍ଲାରେ ବନ୍ୟା ଜଳରେ ଭାସି ଯାଇ ଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଛି  । ମୃତକ ହେଉଛନ୍ତି ପେଞ୍ଜିସାହିର ଅଶୋକ ବେହେରା । ବିଦାଙ୍ଗିସାହି ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇଥିବା ଅଭିଯୋଗ। ଏହାସହ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଦାରିଙ୍ଗିବାଡି ଘାଟିରେ ମାଟି ଅତଡା ଖସି ୨୦ରୁ ଉର୍ଦ୍ଧ୍ବ ଗୋରୁଙ୍କର ମୃତ୍ୟୁ ହୋଇଛି । ଶତାଧିକ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଜିଲ୍ଲାର ଫୁଲବାଣୀ, ବାଲିଗୁଡା, କେ।ଟପଡା, ଦାରିଙ୍ଗବାଡି, ଜି.ଉଦୟଗିରିର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ହେଉଛି । ଅନେକ ରାସ୍ତାରେ ପାଣି ଜମିଥିବାରୁ ଯାତାୟତ ବାଧାପ୍ରାପ୍ତ ହେ।ଇଛି । ସେହିପରି ଦାରିଙ୍ଗବାଡି ଘାଟିରେ ମାଟି ଅତଡା ଖସି ଜାତୀୟ ରାଜପଥ ଅବରେ।ଧ ହେ।ଇଛି । ରାଇକିଆ-ସିମନବାଡି ରାସ୍ତାରେ ଚାଲୁଛି ପାଣି । ଲଗାଣ ବର୍ଷା ଯେ।ଗୁଁ ଜିଲ୍ଲାର ସାଲକୀ ନଦୀର ଜଳସ୍ତର ବୃଦ୍ଧିପାଇଛି ।  ସେହିପରି ଜିଉଦୟଗିରି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେ।ଇଛି । ୬୦ରୁ ଅଧିକ ଘର ଭାଙ୍ଗିଯାଇଛି । ବାଲିଗୁଡା ଟିକାବାଲି ରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଜନକପତି କଅଁର ନାମକ ଯୁବକଙ୍କ ମୃତ୍ୟୁ ହୋଇଛି ।

   Related Posts