ଉଦଳାରେ ବନ୍ୟା ପରିସ୍ଥିତି ଜଟିଳ

Published By : Prameya-News7 Bureau | September 21, 2018 IST

ମୟୁରଭଞ୍ଜ ୨୧/୯: କପ୍ତିପଦା ଉପଖଣ୍ଡର ବିଭିନ୍ନ ଅଂଚଳରେ ଦୁଇ ଦିନ ଧରି ଲଗାଣ ବର୍ଷ। ଜାରି ରହିଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ କାଳ, କଣ୍ଠାଳ, ସୋନ, ନାଲୁହା ଏବଂ ଗଙ୍ଗାହାର ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଉଦଳା ବ୍ଲକ ଖଲାଡି ପଂଚାୟତର ନରହଣପୁର, କଇଁସାରୀ, ସୁନାପାଳ, ତିନିଶୁଳିଆ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି । ଯାହାଫଳରେ ଗ୍ରାମର ଅନେକ ଘର ପାଣି ଘେରରେ ରହିଛି । ଏହା ସହିତ ଅନେକ ଚାଷଜମି ଏବେ ପାଣିରେ ବୁଡି ରହିଛି । ବିଶେଷକରି ଉଦଳା-ବାଲେଶ୍ବର ଭାୟା ଜୟପୁର ରାସ୍ତାର କଇଁସାରୀ ଠାରେ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା ଯୋଗାଯୋଗ ଠପ୍ ହୋଇପଡିଛି । ଶିମିଳିପାଳ ଉପରମୁଣ୍ଡରେ ଲଗାଣ ବର୍ଷ। ଜାରି ରହିଥିବାରୁ କାଳ ଏବଂ ସୋନ ଡ୍ୟାମରେ ଗୋଟିଏ ଗୋଟିଏ ଗେଟ୍ ଖୋଲାଯାଇଥିବା ବେଳେ ନଦୀର ଜଳସ୍ତର ବୃଦ୍ଧି ପାଉଛି । ସେହିପରି ଖୁଂଟା ଏବଂ ଗୋପବନ୍ଧୁନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ଲୋକମାନେ ରହିଛନ୍ତି। ଏସବୁକୁ ବାଦ୍ ଦେଲେ ଉଦଳା ବ୍ଲକର ନହରପଦା ଗ୍ରାମ ପୁରା ଜଳବନ୍ଦୀ ହୋଇ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରାଯାଇଥିବା ବେଳେ ଲୋକଙ୍କର ସ୍ଥିତିକୁ ପଚାରି ବୁଝିଛନ୍ତି । ତେବେ ଏହି ଭଳି ଲଗାଣ ବର୍ଷ। ଜାରି ରହିଲେ କପ୍ତିପଦା ଉପଖଣ୍ଡରେ ବନ୍ୟା ପରିସ୍ଥିତି ସାଂଘାତିକ ହେବ ବୋଲି ସ୍ପଷ୍ଟ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.