Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିପଦ ସଙ୍କେତ ତଳେ ବୈତରଣୀ, ଏବେବି ତଳିଆ ଅଞ୍ଚଳ ପାଣି ଘେରରେ

19/09/2021 at 11:17 AM

ଭଦ୍ରକ, ୧୯।୦୯ :  ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ  ବନ୍ୟା ଜଳ ବହୁ ତଳେ ପ୍ରବାହିତ ହେଉଛି ।

ବନ୍ୟା ପାଣି ଧୀରେ ଧୀରେ ଖସୁଥିଲେ ମଧ୍ୟ ତଳିଆ ଅଞ୍ଚଳ ପାଇଁ ଏବେ ମଧ୍ୟ ସମସ୍ୟା ବଢିଛି । ଧାମନଗର ବ୍ଲକର ତଳିଆ ଅଞ୍ଚଳରୁ ବନ୍ୟା ଜଳ ଧୀରେ ଧୀରେ କମୁଛି । ତେବେ କେତେକ ତଳିଆ ଅଞ୍ଚଳ ରେ ବନ୍ୟା ସ୍ଥିତିରେ ସୁଧାର ଆସି ନାହିଁ । ଧାମନଗର ବ୍ଲକର ବମକୁରା , ରଇପୁର , କାଠମୁଣ୍ଡା ବନ୍ଧସାହି ,ମଙ୍ଗଳାବାଙ୍କ , ମଳିକସାହି , ଖଡୀମାହାରା , ଘାଟସାହି , ନୂଆପାଟଣା , ଦେଉଳଡିହ ଓ ତିହିଡି ବ୍ଲକର ଉପରଦୁମୁକା , କାଁପଡ଼ା , ବାଙ୍କସାହି , ବାଲିଘାଇ , ଈଶ୍ୱରପୁର ଆଦି ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଥିବା ସୂଚନା ମିଳିଛି ।

ଫଳରେ ହେକ୍ଟର ହେକ୍ଟର ଚାଷଜମି ବନ୍ୟା ଜଳରେ ବୁଡି ରହିଛି । ପୂର୍ଣ୍ଣମୀ ପାଇଁ ସମୁଦ୍ର ଜୁଆରିଆ ରହୁଥିବାରୁ ପାଣି ଟାଣୁନାହିଁ । ପୂର୍ଣ୍ଣମୀ ପାଇଁ ସମସ୍ୟା ବଢୁଛି । ଅନେକ ସ୍ଥାନ ରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।         

   Related Posts