ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ପୋଲ ଉପରେ ୫ରୁ ୬ ଫୁଟ ପର୍ଯ୍ୟନ୍ତ ପାଣି

Published By : Prameya-News7 Bureau | August 22, 2019 IST

ମାଲକାନଗିରି ୨୨|୮: ପୁଣି ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା । ଜିଲ୍ଲାର ଅନେକ ସ୍ଥାନାରେ ପୁଣି ମାଡି ଆସିଛି ବନ୍ୟାପାଣି । ପୋଟେରୁ, କାଙ୍ଗୁରକୁଣ୍ଡା, ଏମ୍ ଭି ୯୬ ନଦୀ ପୋଲ ଉପରେ ୫ରୁ ୬ ଫୁଟ ପର୍ଯ୍ୟନ୍ତ ବନ୍ୟାପାଣି ପ୍ରବାହିତ ହେଉଛି ।

{"id":147384}

ଫଳରେ ମାଲକାନଗିରିରୁ-କାଲିମେଳା, ମୋଟୁ ଓ ପଡିଆ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଯେଉଁଥିପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.