ଏବେବି ପାଣି ଘେରରେ ଯାଜପୁରର ବିଭିନ୍ନ ପଞ୍ଚାୟତ : ରାସ୍ତାରେ ଚାଲୁଛି ପାଣି, ଯୋଗାଯୋଗ ବିଛିନ୍ନ

Published By : Prameya-News7 Bureau | September 20, 2021 IST

ଚଣ୍ଡିଖୋଲ ୨୦।୦୯:  ଲଗାଣ ବର୍ଷା ଯୋଗୁ ଗୋବରୀ ନଦୀରେ ବଢିଛି ବନ୍ୟା ପାଣି ।  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ବିଭିନ୍ନ ପଞ୍ଚାୟତ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଏହିପ୍ରରିପେକ୍ଷୀରେ ବଡ଼ଚଣା ବ୍ଲକର ଭରତପୁର ପଞ୍ଚାୟତରେ ଆଜି ଯାଏଁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି  । ଘରେ ପାଣି ପଶିବା ସହ ରାସ୍ତା ଘାଟରେ ପାଣି ଚାଲୁଛି । ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ଏପରିକି ଗୃହ ପାଳିତ ପଶୁ ମଧ୍ୟ ଅସୁବିଧାରେ ପଡିଛନ୍ତି ।

wp:html /wp:html

ଗୋବରୀ ନଦୀରେ ବନ୍ୟା ହେଲେ ଜଳ ନିଷ୍କାସନ ପାଇଁ ସେଭଳି କିଛି ସୁବିଧା ନଥିବାରୁ ଦୀର୍ଘ ଦିନ ଧରି ପାଣି ଜମି ରହିଥାଏ । ଯାହା ଫଳରେ ଲୋକେ ନାକେଦମ ହେଉଛନ୍ତି ।  ଅନ୍ୟ ପଟେ ଏକର ଏକର ଚାଷ ଜମିରେ ପାଣି ଜମି ରହିବା ଫଳରେ ଫସଲ ନଷ୍ଟ ହୋଇଛି ।  ଏକର ଏକର ଚାଷ ଜମିରେ ଦୀର୍ଘ ଦିନ ଧରି ପାଣି ଜମି ରହିବାରୁ ଫସଲ ନଷ୍ଟ ହୋଇଛି । ଯେଉଁଥି ଲାଗି ଏବେ ଚିନ୍ତାରେ ଚାଷୀ କୂଳ ।  

{"id":514525,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.