Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଛାଡିଯାଇଛି ବର୍ଷା, ଯାଇନି ଦୁର୍ଦ୍ଦଶା ; ପାଣି ଘେରରେ ଏବେବି ଅନେକ ଲୋକ

21/09/2021 at 1:03 PM

ସାଲେପୁର ୨୧।୦୯ : ଚାଲିଯାଇଛି ବର୍ଷା, କିନ୍ତୁ ଦେଇଯାଇଛି ଦୁଃଖ । ଅନେକ ଅଞ୍ଚଳ ଏବେବି ପାଣି ଘେରରେ । କଟକ ଜିଲ୍ଲା ସାଲେପୁର ବ୍ଲକର ବିଭିନ୍ନ ଅଞ୍ଚଳ ଏବେବି ପାଣି ଘେରରେ ରହିଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।

ଖବର ଅନୁଯାୟୀ, ଲଘୁଚାପ ଜନିତ ଲଗାଣ ବର୍ଷାରେ ୮ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ସାଲେପୁର ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ସାଲେପୁର ବ୍ଳକର ଗୁଜରପୁର ପଞ୍ଚାୟତର ପୀରବଜାରର  ଅନେକ ଅଞ୍ଚଳ ଏବେ ପାଣି ଘେରରେ ଅଛନ୍ତି ଲୋକେ। ବର୍ଷାଜଳ ନିଷ୍କାସନ ନ ହେବାରୁ ଏଭଳି ସମସ୍ୟା ଦେଖା ଦେଇଛି। ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଲୋକମାନଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡିଛି।  ଜନଜୀବନ ପ୍ରଭାବିତ ହେବା ସହ ଯାତାୟାତ ଠପ୍ ହୋଇଛି । ବର୍ଷାଜଳ ନିଷ୍କାସନ ହୋଇପାରୁନଥିବାରୁ ଜଳବନ୍ଦୀ ର ସମସ୍ୟା ଭୋଗୁଛନ୍ତୁ ଅଞ୍ଚଳବାସୀ। ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହିଛି ।

 ଜଲବନ୍ଦୀରେ ଭିତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଜୀବନ ଅତିବାହିତ କରୁଛନ୍ତି ଲୋକେ । ଘରେ ମଧ୍ୟ ବିଭିନ୍ନ ବିଷାକ୍ତ ଜନ୍ତୁ ପଶୁଛନ୍ତି।ଏଭଳି କି ପିଲାମାନଙ୍କୁ ବିଭିନ୍ନ ରୋଗ ବ୍ୟାପିଲାଣି। ସେପଟେ ବିପନ୍ନ ମାନଙ୍କ ପାଖରେ କୈଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ତାଙ୍କ ପହଞ୍ଚି ନଥିବା ଅଭିଯୋଗ ହୋଇଛନ୍ତି। ତୁରନ୍ତ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା  ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସହାୟତା ଦାବି କରିଛନ୍ତି।

   Related Posts