ଆଠମଲ୍ଲିକ : ଏକର ଏକର ଚାଷ ଜମିରେ ମାଡିଗଲା ବନ୍ୟାଜଳ, ଠାକୁରାଣୀ ମନ୍ଦିରରେ ପଶିଲା ପାଣି

Published By : Prameya-News7 Bureau | September 17, 2021 IST

ଆଠମଲିକ, ୧୭।୦୯ :ଲଗାଣ ବର୍ଷା ଓ ନଦୀ ଏବଂ ନାଳର ପାଣି ବଢିବା ପରେ  ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଜାମୁଡେଲି ପଞ୍ଚୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।ପଞ୍ଚାୟତର  ସାତ ଖଣ୍ଡ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଥିଲା । ତେବେ ଶୁକ୍ରବାର ସକାଳୁ ଜଳସ୍ତର ହ୍ରାସ ପାଇବାରୁ ଲୋକେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ।

ପାଣି କମିଥିଲେ ମଧ୍ୟ ମହାନଦୀ  ଅବବାହିକାରେ ଥିବା ଅନେକ ଚାଷ ଜମିରେ ବନ୍ୟା ଜଳ ମାଡି ଯାଇଛି । ଯଦ୍ୱାରା ଅନେକ ଫସଲ ନଷ୍ଟ ହୋଇଛି ।ଗୁରୁବାର ଚଣାଗଡି ନାଳ ଉପରେ ଚାରି ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିଲା ।ଏବେବି ଜାମୁଡେଲି ପଞ୍ଚୟତର ଦରୁହା ,ଦୁଧିଆନାଳି ,ମାଳିସାହି, କରଡାସିଙ୍ଗ ,କୁଶାସିଙ୍ଗା,ନିର୍ମଳା , ଲାଇନ ପଡ଼ା ଆଦି ଗ୍ରାମ ଗୁଡିକର ଚାରି ପାଖରେ ବନ୍ୟାଜଳ ଘେରି ରହିଛି । କାହା ଘର ଭିତରକୁ ପାଣି ଆସିଲାଣି ତ କାହାର ବାଡ଼ି ଭିତରେ ବନ୍ୟା ପାଣି ଲହଡି ମାରୁ ଥିବା ଦେଖିବାକୁ ମିଳିଛି ।

ସେହିପରି ବିନିକେଇ ଠାକୁରାଣୀ ମନ୍ଦିରକୁ ବନ୍ୟା ଜଳ ପ୍ରବେଶ କରିଛି ।  ବିନିକେଇ ଠାକୁରାଣୀଙ୍କର ଗେଟ୍ ନିକଟରେ ୧୦ ଫୁଟ ଉଚ୍ଚରେ ବନ୍ୟା ଜଳପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.