Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟରେ ବନ୍ୟା ଆଶଂକା: ୧୧ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

28/08/2018 at 6:06 AM

ଭୁବନେଶ୍ବର୨୮|୮: ହିରାକୁଦରେ ଖୋଲିଲା ୨୫ ଗେଟ। ମାଡି ଆସୁଛି ବନ୍ୟା। ୩୦ ତାରିଖ ସକାଳେ କଟକ ପ୍ରବହିତ ହେବ ୮ଲକ୍ଷ କ୍ୟୁସେକ ବନ୍ୟାଜଳ। ଛତିଶଗଡରେ ଲଗଣା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଯୁଛି। ଛତିଗଡରୁ ପ୍ରତି ସେକେଣ୍ତରେ ହିରକୁଦକୁ ଆସୁଛି ୧ଲକ୍ଷ ୩୫ହଜାର କ୍ୟୁସେକ ବନ୍ୟା ଜଳ ଏହା ରାତିକି ଡବଲ ହେବ। ଏଭଳି ସ୍ଥିତିକୁ ଆଖି ଆଗରେ ରଖି ୧୧ ଟି ଜିଲ୍ଲାକୁ ହାଇଆର୍ଲଟ ଜାରି କରିଛନ୍ତି ଏସଆରସି। ଏହା ସହ ୨୪ ଘଣ୍ଟା ସର୍ତକ ରହିବା ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରଖିବା ସହ ଏନଡିଆରଏଫ, ଓଡ୍ରାଫ ଟିମ ଏବଂ ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ଏବଂ ପାନୀୟ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି….
ଆର୍ଲଟ ଜାରି କରାଯାଇଥିବା ୧୧ ଜିଲ୍ଲା ହେଲା-ସମ୍ବଲପୁର, ସୁବର୍ଣ୍ଣପୁର,ବୌଦ୍ଧ, ନୟାଗଡ,ଅନୁଗୋଳ,କଟକ, ପୁରୀ,ଜଗତସିଂହପୁର, କେନ୍ଦ୍ରପଡା,ଖୋର୍ଦ୍ଧା, ଯାଜପୁର । ସମ୍ବଲପୁରର ଜିଲ୍ଲାରେ ମହନଦୀ ତଳିଆ ଅଞ୍ଚଳରେ ଥିବା ଜନବସିତି ସ୍ଥାନନ୍ତରିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବାବେଳେ ନଦୀ ବନ୍ଧରେ ଥିବା ଦୁର୍ବଳ ସ୍ଥାନ ଉପରେ ନିଜର ରଖିବା ସହ ଏନଡିଆରଏଫ, ଓଡ୍ରାଫ ଟିମ ଏବଂ ପାଓ୍ବାର ବୋଟ, ଆଶ୍ରୟ ସ୍ଥଳ ଗୁଡିକରେ ରନ୍ଧା ଖାଦ୍ୟ ଏବଂ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ଏହାସହ ଯେଉଁ ଅଞ୍ଚଳ ବନ୍ୟାରେ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି ସେ ଅଞ୍ଚଳକୁ ସରକାରୀ କର୍ମଚାରୀ ଗସ୍ତ କରିବା ସହ ତୀକ୍ଷଣ ନଜର ରଖିବାକୁ ନିର୍ଦେଶ ଜାରି କରିଛନ୍ତି ସରକାର।
ଛତିଶଗଡରେ ୩ଦିନ ଧରି ଲଗାଣ ବର୍ଷା ଯୋଗୁଁ ଏବେ ମହାନଦୀରେ ଏଭଳି ବନ୍ୟା ଆଶଙ୍କା ଦେଖାଦେଇଛି। ଛତିଶଗଡରୁ ପ୍ରତି ସକେଣ୍ତରେ ହିରାକୁଦକୁ ଆସିଛି ୧ଲକ୍ଷ୩୫ହଜାର କ୍ୟୁସେକ ବନ୍ୟା ଜଳ। ରାତି ସୁଦ୍ଧା ଏହା ୪ଲକ୍ଷ୫୦ହଜାର କ୍ୟୁସେକରେ ପହଞ୍ଚିବ ଏବେ ହିରକୁଦରେ ଜଳସ୍ତର ୬୨୨ ଫୁଟ ରହିଛି। ହିରକୁଦରେ ଗୋଟ ଖୋଲିବାର ଦୁଇଦିନ ପରେ ଅର୍ଥାତ ୩୦ ତରିଖ ଦିନ ସକାଳେ କଟକରେ ୮ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ। କଟକରେ ୧୧ଲକ୍ଷରୁ ୧୫ ଲକ୍ଷର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଲେ ବନ୍ୟା ଆଶାଙ୍କା ସୃଷ୍ଟି ହୋଇପାରେ । ତେଲ ନଦୀକୁ ଆଖି ଆଗରେ ରଖି ମହନଦୀରେ ବନ୍ୟାଜଳ ନିୟନ୍ତ୍ରଣ କରାଯାଉଛି। ତେଲ ନଦୀରେ ସକାଳେ ୪ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଏବେ ଧିରେ ଧିରେ କମିବାରେ ଲାଗୁଛି।
ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଉପର ମୁଣ୍ତରେ ବର୍ଷା ହେଉଥିବାବେଳେ ତଳ ମୁଣ୍ତରେ ଯଦି ଲଘୁଚାପ ଯୋଗୁ ବର୍ଷା ହୁଏ ପରିସ୍ଥିତି ଆହୁରି ଭୟନକ ହୋଇପାରେ। ତେଣୁ ଏନେଇ ସରାକର ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହା ସହ ଗତ ଲଘୁଚାପ‌ ବର୍ଷାରେ କଟକରେ ୮ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହୋଇଥିଲା ତେବେ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥିଲା। ତେଣୁ ଏଥର ମଧ୍ୟ ସେଭଳି କିଛି ପରିସ୍ଥିତି ଉପୁଜୁବି ନାହିଁ ବୋଲି ଆଶା କରାଯାଉଛି।

   Related Posts