ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି

Published By : Prameya-News7 Bureau | September 19, 2021 IST

ଭୁବନେଶ୍ୱର, ୧୯|୦୯:  ରାଜ୍ୟରେ ଟଳିଛି ବନ୍ୟା ଆଶଙ୍କା । ମହାନଦୀ ଓ ଶାଖା ନଦୀରେ ପାଣି କମୁଛି । ପାଣି କମୁଥିଲେ ବି ଲୋକଙ୍କ ଦୁର୍ଦ୍ଦାଶ କିନ୍ତୁ ହଟୁନି । ହୀରାକୁଦ ସମେତ ମହାନଦୀର ବିଭିନ୍ନ ସ୍ଥାନରେ ଏବେ ବର୍ଷା ଜଳ ପୂର୍ବ ଅପେକ୍ଷା କମ୍ ପ୍ରବେଶ କରୁଛି। ଏହାକୁ ନଜରରେ ରଖି ମହାନଦୀର ଗତ ରାତିରେ ୬ଟି ଗେଟ୍ ବନ୍ଦ କରାଯାଇଛି।

ହୀରାକୁଦ ଜଳଭଣ୍ଡାରରୁ ଶନିବାର ରାତିରେ ୬ଟି ଗେଟ ବନ୍ଦ ହେଲା ପରେ ୧୨ଟି ଗେଟ୍ ଦେଇ ନିସ୍କାଷିତ ହେଉଛି ବନ୍ୟାଜଳ | ତେବେ ଇନଫ୍ଲୋ କମିବାରୁ ଗେଟ୍ ବନ୍ଦ କରିଛନ୍ତି ଡ୍ଯାମ କର୍ତ୍ତୃପକ୍ଷ | ତେବେ ବର୍ତ୍ତମାନ ଜଳସ୍ତର ରହିଛି ୬୨୮.୩୩ ଫୁଟ | ତେବେ ପ୍ରତି ସେକେଣ୍ଡରେ ୨ଲକ୍ଷ ୩୭ ହଜାର ୫୮୩ କ୍ଯୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବାବେଳେ ୨ଲକ୍ଷ ୨୪ ହଜାର ୮୭୮ କ୍ଯୁସେକ ଜଳ ଛଡାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.