Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ

20/08/2018 at 4:02 AM

ଭୁବନେଶ୍ୱର ୨୦/୮ : ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟର ବିଭିନ୍ନ ସ୍ଥାନକୁ ଯେ।ଗାଯେ।ଗ ବିଚ୍ଛିନ୍ନ । ଧୋଇଯାଇଛି ମାଲକାନଗିରି କୁମାରପୁଟ ପୋଲ । ଘଟଗାଁ-ହରିଚନ୍ଦନପୁର ମୁଷଳ ପୋଲ ଉପରେ ୩ଫୁଟରୁ ଉଚ୍ଚର ପାଣି ଚାଲୁଛି । ସେହିପରି କରଞ୍ଜିଆରେ ଅସ୍ଥାୟୀ ପୋଲ ଧୋଇଯାଇଛି । ସେପଟେ କୋରାପୁଟର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ବରକୁ ଯୋଗାଯୋଗ ବିଚ୍ଛିନ୍ନ ହେ।ଇଛି ।
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି । ଧୋଇଗଲା ମାଲକାନଗିରି କୁମାରପୁଟ ପୋଲ । ଖଇରପୁଟ ବ୍ଲକର ଆମ୍ମାକୁଣ୍ଡକୁ ଯୋଗଯୋଗ କରୁଥିବା କୁମାରପୁଟ ପୋଲ ଧେ।ଇ ହୋଇଯାଇଛି । ଫଳରେ ପ୍ରସିଦ୍ଧ ଶୈବ ପୀଠ ଆମ୍ମାକୁଣ୍ଡକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ ହେ।ଇଛି । ଏହାସହ ମାଝୀଗୁଡା, କେନ୍ଦୁଗୁଡା ଓ ଗମ୍ଭାରୀ ଭଟ୍ଟା ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହେ।ଇଛି । ଏବେବି ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେହିପରି ପାଙ୍ଗାମ ନଦୀ ପୋଲ ଉପରେ ୫ ରୁ ୬ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ମାଝୀଗୁଡା, କେନ୍ଦୁଗୁଡା ଓ ଗମ୍ଭାରିଭଟ୍ଟା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେ।ଇଛି । ବଣ୍ଡା ଘାଟିରେ ମଧ୍ୟ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି ।
ଘଟଗାଁ-ହରିଚନ୍ଦନପୁର VIPରୋଡରେ ଥିବା ମୁଷଳ ପୋଲ ଉପରେ ୩ଫୁଟରୁ ଉଚ୍ଚର ପାଣି । ଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ଗାଁ ରାସ୍ତା ଦବିଯିବା ଯୋଗୁଁ ଆଜି ଗ୍ରାମବାସୀ ଭାରିଯାନ ଚଳାଚଳକୁ ବିରୋଧ କରିଛନ୍ତି ।
ମୟୂରଭଞ୍ଜରେ ମଧ୍ୟ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । କରଞ୍ଜିଆରେ ଧୋଇଗଲା ଅସ୍ଥାୟୀ ପୋଲ । ଉଦଳା – ବାରିପଦା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ୩ଫୁଟ ଉଚ୍ଚର ପାଣି ଚାଲୁଛି । ବର୍ଷା ଯେ।ଗୁ ସାରସକଣା ବ୍ଲକର କୁଲଡିହା ଗାଁରେ ଗୁହାଳର କାନ୍ଥ ଭୁଶୁଡି ୧୫ରୁ ଅଧିକ ଗେ।ରୁର ମୃତ୍ୟୁ ହେ।ଇଛି ।
ସେହିପରି ଲଗାଣ ବର୍ଷାରେ କୋରାପୁଟର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ବରକୁ ଯୋଗାଯୋଗ ବିଚ୍ଛିନ୍ନ । ରାମଗିରି ନିକଟସ୍ଥ ସୁକନାଳ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଗତ କିଛି ଦିନର ବର୍ଷା ଯେ।ଗୁଁ ଗୁପ୍ତେଶ୍ବରକୁ ଯାଇଥିବା ରାସ୍ତା ଧେ।ଇ ହେ।ଇଯାଇଥିଲା । ଆଜି ଶ୍ରାବଣ ମାସର ଶେଷ ସୋମବାର ଲାଗି ଜଳାଭିଷେକ କରିବାକୁ ଯାଇଥିବା ହଜାର ହଜାର କାଉଡିଆ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ପ୍ରଶାସନ ।

   Related Posts