ସୁନ୍ଦରଗଡ଼ରେ ବନ୍ୟା ପରିସ୍ଥିତି ; ଖାତମା ନଦୀ ପୋଲ ଉପରେ ୨ ଫୁଟର ପାଣି
2/09/2018 at 12:31 PM

ସୁନ୍ଦରଗଡ଼ ୨/୯ : ପ୍ରବଳ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ଗାଁ ନିକଟ ଖାତମା ନଦୀ ପୋଲ ଉପରେ ୨ଫୁଟର ପାଣି ଚାଲୁଛି | ହାତିବାରୀ କୁଆଁରମୁଣ୍ଡା ରାସ୍ତା ବିଛିନ୍ନ ହୋଇପଡିଛି | ଫଳରେ ଲୋକେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କିଛି ଦିନ ହେବ ଲଗାତାର ଭାବେ ଲଗାଣ ବର୍ଷା ଜାରି ରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି | ଚାଷ ଜମି ମାନଙ୍କରେ ବାଲି ଚରମଧ୍ୟ ମାଢ଼ଗିଲାଣୀ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ପୋଲ ଉପରେ ଦୁଇ ଫୁଟର ଚାଲୁଥିବା ଖାତମା ପୋଲ ରାସ୍ତା ଠାରୁ କମ ଉଚ୍ଚରେ ଥିବାରୁ ବର୍ଷା ପାଣିରେ ବାରମ୍ବାର ବୁଢ଼ୁଛି ନୁତନ ପୋଲ ପାଇଁ ଟେଣ୍ଡର ହୋଇଥିଲେ ମଧ୍ୟ ତାହା ଆରମ୍ଭ ହୋଇନାହିଁ । ପ୍ରଶାସନିକ ଅଧତ୍କାରୀଙ୍କ ଠାରୁ ସ୍ଥାନୀୟ ନେତାଙ୍କୁ ଗୁହାରୀ କଲେ ମଧ୍ୟ ଫଳ ଶୁନ୍ ।