ଲଗାଣ ବର୍ଷାରେ ଜଗତସିଂହପୁରରେ ସ୍ଥିତି ଗମ୍ଭୀର

Published By : Prameya-News7 Bureau | August 07, 2018 IST

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି । ଦୁଇ ଦିନ ହେଲା ବର୍ଷା ଲାଗି ରହିଥିବା ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟକର ହୋଇ ପଡିଛି । ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଚାଷ ଜମିରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଯାହା ଫଳରେ ବିଭିନ୍ନ ସ୍ଥାନରେ ଧାନ ତଳି ବୁଡି ଯିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଅପରପକ୍ଷରେ ଲଗାଣ ବର୍ଷା ଯୋଗୁଁ ପୁଣି ବନ୍ୟା ଆଶଙ୍କାରେ ନଦୀ କୁଳିଆ ଲୋକ ମାନେ ଭୟଭିତ ହୋଇ ପଡିଛନ୍ତି । ଏହା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ଅଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.