Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଗାଣ ବର୍ଷା ଯୋଗୁଁ ଘଟଗାଁରେ ବନ୍ୟା ପରିସ୍ଥିତି

20/08/2018 at 7:29 AM

ଘଟଗାଁ ୨୦/୮ : ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ବର୍ଷା ଯୋଗୁଁ ଘଟଗାଁ ହରିଚନ୍ଦନପୁର ଭିଆଇପି ରୋଡ଼ରେ ଥିବା ମୁଷଳ ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲିଛି | ଫଳରେ ଘଟଗାଁ ହରିଚନ୍ଦନପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି | ଗାଁ ରାସ୍ତା ଦବି ଯିବା ହେତୁ ଗାଁବାସୀ ଭାରିଯାନ ଚଳାଚଳକୁ ବିରୋଧ କରିଛନ୍ତି | ଘଟଣା ପରେ ପୋଲିସ ୮ ଜଣ ଗ୍ରାମବାସୀଙ୍କୁ ଉଠାଇନେଇଛି ଯାହାକୁ ନେଇ ଗାଁର ଉତ୍ତେଜନା ଦେଖାଦେଇଛି |

   Related Posts