Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବର୍ଷାରେ ବେହାଲ ବିହାର ଓ ୟୁପି-ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି

ପାଟଣ/ଲକ୍ଷ୍ମୌ ୨୯।୦୯ – ଲଗାଣ ବର୍ଷାରେ ବେହାଲ ବିହାର ଏବଂ ଉତ୍ତରପ୍ରଦେଶ । ଏହି ଦୁଇ ରାଜ୍ୟରେ ବର୍ଷାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଲାଣି । ବିହାରରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ବର୍ଷା ପାଣି ଘର, ଦୋକାନ, ଡାକ୍ତରଖାନା ସବୁଠି ଲହଡ଼ି ମାରୁଛି ।  ରାଜ୍ୟର ବିଭିନ୍ନ ଭାଗକୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଲଗାଣ ବର୍ଷାରେ ବେହାଲ ବିହାର । ପ୍ରବଳ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ  । ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି। ଅନେକ ଅଞ୍ଚଳ ଜଳମଗ୍ନ ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେବଳ ଆଜି ୧୭ ଜଣଙ୍କର ମୃତ୍ୟୁ ହୋଇଛି। କଙ୍ଗୁଲରେ ଲଗାଣ ବର୍ଷାରେ ଏକ ଗଛ ଖସିପଡିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ବଢୁଥିବା ପାଣି ଓ ଲୋକଙ୍କ ଦୁର୍ଦ୍ଦଶା ଦେଖି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବର୍ଷା ପାଇଁ  ଟ୍ରେନ ଚଳାଚଳରେ ମଧ୍ୟ ବାଧାପ୍ରାପ୍ତ ହୋଇଛି । ପାଟନାର ନାଳନ୍ଦା ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ ରେ ବର୍ଷା ପାଣି ପଶିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ରୋଗୀ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଶାସନ ସହ  ଭିଡିଓ କନଫରେସିଂ ମାଧ୍ୟ୍ୟମରେ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ସୋମବାର ପର୍ଯ୍ୟନ୍ତ ସବୁ ସ୍କୁଲ ଏବଂ କଲେଜ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୪ ଜିଲ୍ଳାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ସେହିଭଳି ଉତ୍ତରପ୍ରଦେଶରେ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଗତ ୨ ଦିନ ଲଗଣା ବର୍ଷାରେ ୭୩ ଜଣଙ୍କ ମୃତ୍ୟୁ ହୋଇଛି । ଆଜମଗଡ ଓ ମିର୍ଜାପୁରରେ ୪ଜଣ ମୃତ୍ୟୁବରଣ କରିଥିବା ବେଳେ ଗାଜିପୁର ଓ ଆମ୍ବେଦକର ନଗରରେ ୩ଜଣ ମୃତ୍ୟୁବରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ଷା କାରଣରୁ ଜୀବନ ଯାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଅନୁଦାନ ରାଶି ଦେବାକୁ ଘୋଷଣା କରିଛନ୍ତି ।

ଏ ହେଉଛି ରାଜସ୍ଥାନରେ ଡୁଙ୍ଗରପୁରର ଚିତ୍ର । ଏହି ଭିଡିଓ ଆଜି ଭାଇରାଲ ହୋଇଛି। ଗତକାଲି ୨୦ ଜଣ ଛାତ୍ରୀ ଏକ ଟ୍ରକରେ ଯାତ୍ରା କରୁଥିବାବେ​‌ଳେ ଏହି ସମୟରେ ଟ୍ରକଟି ପାଣିରେ ଭାସି ଯାଇଥିଲା। ତେବେ ତୁରନ୍ତ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। 

ସେହିଭଳି ଭାବରେ ଉତ୍ତରପ୍ରଦେଶରେ ଲଗାଣ ବର୍ଷାର ଶିକାର ହୋଇ ଶନିବାର ୩୫ଜଣ ଲୋକ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ଆଜମଗଡ ଓ ମିର୍ଜାପୁରରେ ୪ଜଣ ମୃତ୍ୟୁବରଣ କରିଥିବା ବେଳେ ଗାଜିପୁର ଓ ଆମ୍ବେଦକର ନଗରରେ ୩ଜଣ ମୃତ୍ୟୁବରଣ କରିଛନ୍ତି । ସେହି ଭଳି ଭାବରେ ଗୋରଖପୁରରେ ୨ଜଣ, ଫିରୋଜାବାଦ୍‌ରେ ୨ଜଣ, ଉନ୍ନାଓରେ ୨ଜଣ, ବାନ୍ଦାରେ ୨ଜଣ, ବାଲିଆରେ ୨ଜଣ ଓ ସୀତାପୁରରେ ୨ଜଣ ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ୪୪ଜଣ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଥିଲା । ପରିସ୍ଥିତିକୁ ଦେଇ ଦୁଇ ରାଜ୍ୟର ସରକାର ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ପାଇଁ ଆଦେଶ ଦେଇଛନ୍ତି ।

140 Views

   ସମ୍ବନ୍ଧିତ ଖବର