Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ଫୁଲୁଛି ସୁବର୍ଣ୍ଣରେଖା, ବନ୍ୟା ଆଶଙ୍କା

28/05/2021 at 8:47 AM

ଜଳେଶ୍ୱର, ୨୮/୦୫: ବାତ୍ୟା ୟାସ୍ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣ ରେଖା ନଦୀରେ ବଢୁଛି ଜଳସ୍ତର । ଉପର ମୁଣ୍ଡାରେ ପ୍ରବଳ ପାଣି ପ୍ରବାହିତ ହେଉଥିବା ବେଳେ ଏବେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି । ବାଲିଆପାଳ ପ୍ରଶାସନ ତରଫରୁ ଗତକାଲି ରାତିରୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ  ସ୍ଥାନକୁ ଚାଲିଯିବା ପାଇଁ ମାଇକ୍ ଯୋଗେ ସତର୍କ ସୂଚନା ଦିଆଯାଇଛି । 

ତେବେ ଜଳେଶ୍ବର ରାଜଘାଟ କେନ୍ଦ୍ରୀୟ ଜଳୀୟ ବିଭାଗ ଠାରେ ଜଳ ସ୍ତର ୩.୫୮ ମିଟର ରହିଛି । ଏଠାରେ ସତର୍କ ସଙ୍କେତ  ୯.୪୫ ରହିଛି । ବିପଦ ସଙ୍କେତ ୧୦.୩୬ ମିଟର ରହିଛି । ଗତ କାଲି ରାତିରୁ ଗୋପୀ ବଲ୍ଲଭପୁରରୁ ବନ୍ୟା ପାଣି ୪.୫୦ ମିଟର ଛଡା ଯାଇଛି ।  ସକାଳ ୮ଟା ପର୍ଯ୍ୟନ୍ତ ରାଜଘାଟଠାରେ ଜଳସ୍ତର ୩.୫୮ ମିଟର ରହିଛି । ସକାଳ ୯ ସୁଦ୍ଧା ବନ୍ୟା ପାଣି ଜଳେଶ୍ୱର ରାଜଘାଟ ଠାରେ ପ୍ରବେଶ କରିବ ବୋଲି ଆଶଙ୍କା କରାଯାଉଛି । ତଳିଆ ଅଞ୍ଚଳରେ ସମୁଦ୍ର ପାଣି ଏବେ ପର୍ଯ୍ୟନ୍ତ ଛାଡି ନ ଥିବାରୁ ସୁବର୍ଣ୍ଣ ରେଖା ନଦୀରେ ବନ୍ୟା ଆଶଙ୍କା କରାଯାଇଛି ।

   Related Posts