Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ରାଜୁଆ ନଦୀରେ ବନ୍ୟା : ଖୋର୍ଦ୍ଧା ବ୍ଲକ୍‌ର ତିନୋଟି ପଞ୍ଚାୟତର ୧୦ଟି ଗାଁ ପାଣି ଘେରରେ

17/09/2021 at 5:35 PM

ଖୋର୍ଦ୍ଧା ୧୭।୯: ରାଜୁଆ ନଦୀରେ ବନ୍ୟା ହେବା ଫଳରେ ଖୋର୍ଦ୍ଧା ବ୍ଲକର ତିନୋଟି ପଞ୍ଚାୟତର ୧୦ଟି ଗ୍ରାମର ଲୋକେ ପାଣି ଘେରରେ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସେପଟେ ପ୍ରଶାସନ ପକ୍ଷରୁ ସହାୟତା ଦେବାକୁ ବନ୍ୟା ବିପନ୍ନ ଦାବି କରିଛନ୍ତି ।
ରାଜୁଆ ନଦୀରେ ବନ୍ୟା ଫଳରେ ଖୋର୍ଦ୍ଧା ଜିଲ୍ଲାର ନରଣଗଡ, ବ୍ରଜମୋହନ ପୁର, ଓରବରସିଂହ ଏହି ୩ ପଂଚାୟତର ୧୦ରୁ ଉର୍ଦ୍ଧ୍ବ ଗାଁ ଏବେ ପାଣି ଘେରରେ।  

ଓରବରସିଂ ପଂଚାୟତର ହିରିମୂଳ ଗାଁ ସମ୍ପୂର୍ଣ୍ଣ ଭାବରେ ବାହ୍ୟ ଜଗତରୁ ବିଚ୍ଛିନ୍ନ। ଏହି ପଞ୍ଚାୟତର ହିରିମୂଳ, ଡିହଖଳା, ରାୟପୁର, ମଶାଣିଆରେ ପାଣି ପସିଯାଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହିରିମୂଳ-ଡିହଖଳା ରାସ୍ତାରେ ୪ ଫୁଟ ପାଣି ଚାଲୁଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଲୋକେ ଏବେ ବିପଦ ପୂର୍ଣ୍ଣ ଜୀବନ ଜୀଉଛନ୍ତି । ଗାଈ ଗୋରୁମାନଙ୍କ ପାଇଁ ଖାଦ୍ୟର ଅଭାବ ଦେଖାଦେଇଛି । ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନରଣଗଡ ପଞ୍ଚାୟତର କିଛି ଗ୍ରାମରେ ପାଣି ପଡିଯିବାରୁ ଲୋକେ ବାତ୍ୟା ଆଶ୍ରୟସ୍ଥଳରେ ରହୁଛନ୍ତି। ମାତ୍ର ଏମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ବା ସହଯୋଗ କରାଯାଇନଥିବା ଅଭିଯୋଗ ହୋଇଛି ।

୨ ଦିନ ଧରି ପାଣି ଘେରରେ ରହିବା ପରେ ମେଡିକାଲ ଟିମ୍ ଶୁକ୍ରବାର ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଯାତାୟାତ ପାଇଁ ହିରିମୂଳ ଗ୍ରାମକୁ ଡଙ୍ଗାର ବ୍ୟବସ୍ଥା କରାଯାଇଛି । ସେପଟେ ଖୋର୍ଦ୍ଧା ତହସିଲଦାର ପଦ୍ମ ଚରଣ ସାହୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ସ୍ଥାନୀୟ ସରପଞ୍ଚ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ କରାଯିବା ନେଇ କହିଛନ୍ତି । ହିରିମୂଳ ଗ୍ରାମରେ ଅଧିକ ପାଣି ଆସିଲେ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ବନ୍ୟାଞ୍ଚଳ ଲୋକଙ୍କ ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବା ନେଇ ଖୋର୍ଦ୍ଧା ତହସିଲଦାର କହିଛନ୍ତି ।

   Related Posts