ଇଣ୍ଡୋନେସିଆରେ ବନ୍ୟା : ୫୦ରୁ ଅଧିକ ମୃତ, ଅନେକ ନିଖୋଜ

Published By : Prameya-News7 Bureau | March 17, 2019 IST

ଜାକର୍ତ୍ତା ୧୭/୩ : ଇଣ୍ଡୋନେସିଆର ପୂର୍ବାଂଚଳ ପାପୁଆରେ ଭୀଷଣ ବର୍ଷା ପରେ ଅଚାନକ ବନ୍ୟା ହୋଇଛି | ବନ୍ୟାରେ ପାଖାପାଖି ୫୦ ଲୋକଙ୍କ ମୃତ୍ୟୁ ହୋଇଛି | ବନ୍ୟାରେ ଭାସିଯାଇ ଅନେକ ଲୋକ ନିଖୋଜ ଅଛନ୍ତି | ପୁରା ଅଂଚଳରେ ହଇଚଇ ସୃଷ୍ଟି ହୋଇଯାଇଛି | ଏନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି |

{"id":94393}


ଅଧିକାରୀ କହିଛନ୍ତି ଯେ, ଶନିବାର ଦିନ ଜୟପୁରା ଜିଲ୍ଲାର ଅନେକ ଗାଁରେ ସନ୍ଧ୍ୟା ୬ଟାରେ ମୁଷଳଧାରା ବର୍ଷା ହୋଇଥିଲା | ବର୍ଷା ଏତେ ଜୋର ହୋଇଥିଲା ଯେ, ସ୍ଥାନୀୟ ଅଂଚଳରେ ବନ୍ୟା ହୋଇଯାଇଥିଲା | ଘଟଣାରେ ପାଖାପାଖି ୫୯ରୁ ଅଧିକ ଲୋକ ଗମ୍ଭୀର ଆହତ ହୋଇଛନ୍ତି |

{"id":94394}


ଆସନ୍ନ ବିପଦ ବିଭାଗ ଅଧିକାରୀ କହିଛନ୍ତି ଯେ, ଭରା, ଭାବନା, ପୋଲ, ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି | ପ୍ରାୟ ୩୦୦୦ ଲୋକଙ୍କ ଘର ଭାସି ଯାଇଛି | ଫଳରେ ଲୋକେ ଅସହାୟ ହୋଇ ପଡିଛନ୍ତି | ସ୍ଥାନୀୟଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ତାଙ୍କ ପାଇଁ ଶିବିର ବ୍ୟବସ୍ଥା କରାଯାଇଛି | ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ଭୁସ୍ଖଳନ ଯୋଗୁଁ ନଡ଼ିଆର ପାଣି ଅଚାନକ ପ୍ରବାହ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା |

{"id":94395}


ଜାତୀୟ ଆସନ୍ନ ବିପଦ ଏଜେନ୍ସିର ପ୍ରବକ୍ତା କହିଛନ୍ତି ଯେ, ଏବେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ମୃତକ ଏବଂ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କହିଛନ୍ତି ଅଧିକାରୀ | ଅଗ୍ନିଶମ ବାହିନୀ ବନ୍ୟା ପ୍ରପୀଡ଼ିତ ଅଂଚଳରେ ପହଂଚି ଲୋକଙ୍କୁ ଉଦ୍ଧାର କରିବାକୁ ପୁରା ପ୍ରୟାସ କରୁଛନ୍ତି | ଭୂସ୍ଖଳନ ଯୋଗୁଁ ଉଦ୍ଧାରକାରୀ ଦଳ ସବୁ ସ୍ଥାନକୁ ପହଂଚି ପାରୁନାହାନ୍ତି |

{"id":94396,"width":580,"height":394}


ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆରେ ପ୍ରାୟ ସବୁବର୍ଷ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇଥାଏ | ଯାହାଫଳରେ ଅନେକ କ୍ଷତି ଘଟିଥାଏ |

{"id":94398,"width":574,"height":381}

ଜାନୁଆରୀ ମାସରେ ମଧ୍ୟ ବନ୍ୟା ହୋଇଥିଲେ ଯେଉଁଥିରେ ଶହ ଶହ ଲୋକେ ପ୍ରାଣ ହରାଇଥିଲେ | କିଛି ଦିନ ପୂର୍ବରୁ ଭୂମିକମ୍ପ ମଧ୍ୟ ହୋଇଥିଲା | ଇଣ୍ଡୋନେସିଆରେ ଅକ୍ଟୋବରରୁ ଏପ୍ରିଲ ପର୍ଯ୍ୟନ୍ତ ବର୍ଷା ଋତୁ ହୋଇଥାଏ | ଏହି ସମୟ ମଧ୍ୟରେ ସେଠାରେ ଭୀଷଣ ବର୍ଷା ହୋଇଥାଏ |

{"id":94397,"width":583,"height":326}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.