ଗଞ୍ଜାମ : ଋଷିକୁଲ୍ୟା, ଘୋଡାହାଡ, ବଡନଦୀ, ବାଘୁଆ, ଲହୁରାଖଣ୍ଡି ଓ ବାହୁଦା ନଦୀରେ ବନ୍ୟା ; ଭଂଜନଗର, ଆସିକା, ହିଂଜିଳି, ଚିକିଟି ଏବଂ ପାତ୍ରପୁର ସବୁ ଅଂଚଳ ଜଳମଗ୍ନ

Published By : Prameya-News7 Bureau | October 12, 2018 IST

ଗଞ୍ଜାମ ୧୨|୧୦:  ଲଗାଣ ବର୍ଷା ଯୋଗୁଁ ଗଂଜାମ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଋଷିକୁଲ୍ୟା, ଘୋଡାହାଡ, ବଡନଦୀ, ବାଘୁଆ, ଲହୁରାଖଣ୍ଡି ଓ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଉଛି । ଋଷିକୁଲ୍ୟା ଓ ବଡନଦୀରେ ଜଳସ୍ତର ବୃଦ୍ଧି  ଓ ବର୍ଷା ଯୋଗୁଁ ଆସିକାରେ ବନ୍ୟା ଦେଖାଦେଇଛି । ଆସିକାର ସମସ୍ତ ଅଞ୍ଚଳ ଜଳମଗ୍ନ ହୋଇଛି ।  ଋଷିକୂଲ୍ୟା ନଦୀ ଓ ବଡ଼ନଦୀର ଜଳସ୍ତର ବଢିବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗତ ରାତି ପ୍ରାୟ ୧୧ଟା ୩୦ ମିନିଟ ରେ ଜଳସ୍ତର ବଢିଥିଲା ।  ଜଳ ଆସିକା ସୁନାମ୍ବ ସାହି , ତହସିଲ ଅଫିସ, ବ୍ଲକ୍ ଅଫିସ, ଆସିକା ସବଜେଲ, ବାଣୀବିହାର, ମେଡ଼ିକାଲ ଅଞ୍ଚଳ, ଆସିକା ବସଷ୍ଟାଣ୍ଡ ସମେତ ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ଜଳବନ୍ଦୀରେ ରହିଛନ୍ତି ।  ଯୁଆଡେ ଯିବେ ଜଳବନ୍ଦୀ ଘେରରେ ରହିଛି । ଆସିକା ସୋରଡା, ଆସିକା ଭୁବନେଶ୍ବର, ଆସିକା ଭଞ୍ଜନଗର ପ୍ରମୁଖ ରାସ୍ତା ଜଳବନ୍ଦୀ ଯାତାୟତରେ ବ୍ୟାଘାତ ରହିଛି ।  ଆସିକା ସମେତ ଶେରଗଡ଼, କବିସୂର୍ଯ୍ୟନଗର ପ୍ରମୁଖ ଅଞ୍ଚଳ ମଧ୍ୟ ଜଳବନ୍ଦୀରେ ରହିଛି । ଅନେକ ବସ୍ତୀ ଅଞ୍ଚଳ ର ଲୋକମାନେ ନାହିଁ ନଥିବା ଅସୁବିଧାରେ ରହିଥିବା ବେଳେ ଆଉ କିଛି ଲୋକ ଆଶ୍ରୟସ୍ଥଳୀରେ ରହିଛନ୍ତି । ସେହିଭଳି ଭଂଜନଗର ଲୋହରାଖଣ୍ଡି ନଦୀରେ ବନ୍ୟାଯୋଗୁଁ ଭଂଜନଗରର ତଳିଆ ଅଂଚଳରେ ପାଣି ପଶିଯାଇଛି । ଲୋକଙ୍କ ଘରେ ପାଣି ପଶିଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗଞ୍ଜମ ଜିଲ୍ଲାରେ ଲଗାଁ ବର୍ଷା ଜାରି ରହିଛି । ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ପାଣି ଘେରରେ ଛତ୍ରପୁର ବ୍ଲକର ବଡମାଧପୁର, କୋଟଲାମପୁର, କରପଡା ପଞ୍ଚାୟତ ପାଣିଘେରରେ ରହିଛନ୍ତି। ଛତ୍ରପୁର-ବଡମାଧପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପାଣି ଘେରରେ ଶତାଧିକ ଗାଁ ରହିଛି। ପୁରୁପୋତ୍ତମପୁର ବ୍ଲକରେ ମଧ୍ୟ ନାହିଁନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଚିକିଟି ଏବଂ ପାତ୍ରପୁର ବ୍ଲକର ବଡବଳଙ୍ଗା, ମହିଷାନପୁର, ଭୀମପୁର, ଚାନ୍ଦିପୁଟ, ଲାଲମେଣ୍ଟା, ନୂଆପଡା, ସୁରୁବୁଡି ଗାଁରେ ପଶିଲା ପାଣି, ଆତଙ୍କିତ ଅବସ୍ଥାରେ ଲୋକେ ରହିଛନ୍ତି। ବାହୁଦା ନଦୀରେ ଜଳ ପ୍ରବାହିତ ହେବା ଫଳରେ ଓଡିଶା ଏବଂ ଆନ୍ଧ୍ରକୁ ସଂଯୋଗ କରୁଥିବା ଇଚ୍ଛାପୁର ନିକଟରେ ଥିବା ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ବ୍ରହ୍ମପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ପାତ୍ରପୁର, ସୁଡଙ୍ଗି, ପାରଳାଖେମୁଣ୍ଡିକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।ବ୍ରହ୍ମପୁର-ରାୟଗଡା-ଗୁଣୁପୁର, ଆସ୍କା-ବ୍ରହ୍ମପୁର, ଚିକିଟି-ନୂଆପଡା, ପୁରୁଷୋତ୍ତମପୁର-ବ୍ରହ୍ମପୁର, ଭଞ୍ଜନଗର-ସୋରଡା ଯାତାୟତ ବାଧାପ୍ରାପ୍ତ ହୋଇଛି। ହିଞ୍ଜିଳିକାଟୁର ଘୋଡାହାଡ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ପିତ୍ତଳ, ନୂଆଗୁରୁପଡା, ସିକିରି, ଆଲିପୁର ପ୍ରମୁଖ ଖାଁରେ ଲୋକେ ଜଳବନ୍ଦୀ ହୋଇରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ୍ରାଫ ଟିମ୍‌ ଓ ପୋଲିସ ସହାୟତାରେ ପାଖାପାଖି ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.