ଧନୁଆ ନଦୀରେ ବଢିପାଣି, ବାଲିପାଟଣା ଓ ବାଲିଅନ୍ତା ବ୍ଲକର ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ

Published By : Prameya-News7 Bureau | August 29, 2020 IST

ବାଲିପାଟଣା, ୨୯|୦୮:   ଭାର୍ଗବୀ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ନଈ ପଠା ଛୁଇଁଛି । ଖୋର୍ଧା ଜିଲ୍ଲା ବାଲିପାଟଣା ଅଚ୍ୟୁତପୁର ଠାରେ ଥିବା ନାଳରେ ବନ୍ୟାଜଳ ନିଷ୍କାସିତ ହୋଇ ଧନୁଆରେ ବଢି ଆସିଛି ।

ଧନୁଆ ନଦୀରେ ବନ୍ୟାଜଳ ପ୍ରଭାହିତ ହୋଇ ବାଲିପାଟଣାର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଫଳରେ ଧାନ, ପରିବା ଚାଷ କରିଥିବା ଚାଷୀ ମାନେ ପ୍ରଭାବିତ ହୋଇଛନ୍ତି ।

{"id":322275,"sizeSlug":"large"}

ବାଲିପାଟଣା ବ୍ଲକର ପମ୍ପାଲୋ, କୁରୁଞ୍ଜିପୁର, ରାଜସ, ଆଳିଶିଶାସନ, ବାଲିଅନ୍ତା ବ୍ଲକର ଝିଂଟି ଗ୍ରାମ ପଂଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ଅଂଟାଏ ଲେଖାଏଁ ବନ୍ୟାଜଳ । ତୁରିନ୍ତିରା ଗ୍ରାମ ପଂଚାୟତର ଆଂଶିକ ଭାବେ ବନ୍ୟା ଆସିଛି । ତେବେ ଖୋର୍ଦ୍ଧା ଜିଲ୍ଲାପାଳ ଅଚ୍ୟୁତପୁର କାଜ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.