ପ୍ରବଳ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି : ୧୩ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | June 26, 2020 IST

ଗୁଆହାଟୀ ୨୬/୬: ଆସାମରେ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହୋଇଗଲାଣି। ରାଜ୍ୟର ଆଉ ୪ଟି ଜିଲ୍ଲାରେ ମଧ୍ୟ ବନ୍ୟା ପାଣି ପଶିଯାଇଛି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୩ହୋଇ ଗଲାଣି। ରାଜ୍ୟରେ ୧.୮୯ଲକ୍ଷ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

{"id":291775,"sizeSlug":"large"}

 ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ୍ ପ୍ରଭାବିତ ଜିଲ୍ଲାର ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଯେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ନିକଟରେ ଶୀଘ୍ର ପହଞ୍ଚିବେ ଏବଂ ଉଦ୍ଧାର କାର୍ଯ୍ୟରେ କୋଭିଡ-୧୯ ସୁରକ୍ଷା ନିୟମକୁ ପାଳନ କରିବେ।

{"id":291776,"sizeSlug":"large"}

ବନ୍ୟା ଯୋଗୁଁ ଧୀମାଜି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି। ଏଠାରେ ୯୧,୦୦୦ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.