ବର୍ଷା ହେଲେ ବଢିଯାଏ ଦୁଃଖ, ପାଣି ଘେରରେ ଦିନ କାଟନ୍ତି ଖଡିବିଲବାସୀ

Published By : Prameya-News7 Bureau | August 14, 2020 IST

ଆନନ୍ଦପୁର, ୧୪|୦୮ :  ବର୍ଷା ହେଲେ ଦୁଖ ବଢିଯାଏ ଗ୍ରାମ ବାସୀଙ୍କର । ପାଣି ଘେରରେ ଦିନ କାଟନ୍ତି ଗାଁର ଅନେକ ପରିବାର । ଘର ଚାରିପାଖରେ ପାଣି ପୁଣି ଘର ଭିତରେ ମଧ୍ଯ ପାଣି ପଶି ଯିବାରୁ ଅସ୍ତ ବ୍ଯସ୍ତ ହୋଇପଡେ ଜୀବନ । ତେବେ କିଛିବର୍ଷ ଧରି ଏଭଳି ସମସ୍ଯାର ସମ୍ମୁଖୀନ ହେଉଛନ୍ତି କେଉଁଝର ଖଡିବିଲ ଗ୍ରାମବାସୀ।  

ଗ୍ରାମ୍ଯ ଉନ୍ନୟନ ବିଭାଗ ତରଫରୁ ଗାଁ ଦାଣ୍ଡରେ ନିର୍ମାଣ ହୋଇଥିବା କଂକ୍ରିଟ୍ ରାସ୍ତା । ପ୍ରାୟ ୭ଶହ ମିଟର ରାସ୍ତାରେ ବର୍ଷାଜଳ ନିଷ୍କାସନ ପାଇଁ ରହିଛି ଏକମାତ୍ର ହୋମ ପାଇପ୍ କଲଭଟ୍ । ଏଥିରେ ଠିକ୍ ଭାବେ ଜଳ ନିସ୍କାସନ ହୋଇନପାରି ଏଭଳି ସମସ୍ଯା ଉପୁଜିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସମସ୍ଯା ତୁରନ୍ତ ସମାଧାନ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଆନନ୍ଦପୁର ଗ୍ରାମ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯନ୍ତ୍ରୀ ଅନୁପସ୍ଥିତ ଥିବାରୁ ଯୋଗାଯୋଗ ସମ୍ଭବ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.