ଆମେରିକାର ସବୁଠାରୁ ବଡ ନଦୀରେ ବନ୍ୟା : ଘର ଛାଡିଲେ ୭୫୦୦ ଲୋକ

Published By : Prameya-News7 Bureau | March 24, 2019 IST

ନ୍ୟୁୟର୍କ ୨୪/୩ : ଆମେରିକାର ସବୁଠାରୁ ଲମ୍ବା ନଦୀ ମିସୋରିରେ ବନ୍ୟା | ବନ୍ୟା ଯୋଗୁଁ କଂସାସ ସହରର ପାନୀୟଜଳ ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି | ଏଥିପାଇଁ ନବଜାତ ଏବଂ ଦୁର୍ବଳ ପ୍ରତିରକ୍ଷା ତନ୍ତ୍ର ବୟସ୍କଙ୍କ ମଧ୍ୟରେ ଡାଇରିଆ ଭଳି ରୋଗ ବଢ଼ିବାରେ ଲାଗିଛି | ଏନେଇ ପ୍ରଶାସନ ଚେତାବନୀ ଜାରି କରିଛି |

{"id":96557}


ପ୍ରଶାସନ କହିବାନୁଯାୟୀ, ପାନୀୟଜଳ ପ୍ଲାଣ୍ଟ ବନ୍ୟା ପାଣିରେ ବୁଡି ଯାଇଛି | ଭାଙ୍ଗି ଯାଇଥିବା ପମ୍ପଗୁଡିକୁ ସଜାଡ଼ିବା ପାଇଁ ଅସୁବିଧା ହେଉଛି | ଗତ ସପ୍ତାହରେ ଝଡ଼ବାତ୍ୟା ହୋଇଥିବାବେଳେ ଭୀଷଣ ବର୍ଷା ହୋଇଥିଲା | ବର୍ଷା ଯୋଗୁଁ ସ୍ଥାନୀୟ ଅଂଚଳରେ ବନ୍ୟା ହୋଇଥିଲା |

{"id":96561}

ବନ୍ୟା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା | ବନ୍ୟାରେ ମିସୋରି ନଦୀର ଜଳସ୍ଥର ୩୨ ଫୁଟରେ ପହଞ୍ଚିଥିଲା | ବନ୍ୟାଜଳ ବଢ଼ିଯିବ ହେତୁ ପାଖାପାଖି ୭୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି |

{"id":96558}


ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେବ୍ରାସ୍କା ଏବଂ ଆୟୋବା ପ୍ରାନ୍ତରେ ଆସନ୍ନ ବିପଦ ନେଇ ଘୋଷଣା କରିଛନ୍ତି | ଯେତେଶୀଘ୍ର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ ସହ ରିଲିଫ ଯୋଗେଇ ଦେବ ପାଇଁ ନିର୍ଦେଶ ଦେଇଛନ୍ତି |

{"id":96560,"width":575,"height":357}

ଜଳସ୍ଥର ଧୀରେ ଧୀରେ କମୁଛି | ଏବେ ମଧ୍ୟ ଅନେକ ସ୍ଥାନ ଜଳମଗ୍ନ ରହିଛି | କିଛି କିଛି ଜାଗା ପାଣିରେ ବୁଡି ରହିଛି | କଂସାସ ପାଖାପାଖି ଅଂଚଳରେ ପାଖାପାଖି ୨ ଲକ୍ଷ ଲୋକଙ୍କ ଘରେ ପାଣି ଜମି ରହିଛି |

{"id":96559}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.