Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ବର୍ଷାରେ ବେହାଲ ମାୟାନଗରୀ : ଜନଜୀବନ ଅସ୍ତବ୍ୟସ୍ତ, ଜରୁରୀକାଳୀନ ପରିସ୍ଥିତି ପାଇଁ ୧୬ ଟି ଏନଡିଆରଏଫ ଟିମ ନିୟୋଜିତ

6/08/2020 at 11:34 AM

ମୁମ୍ବାଇ ୦୬/୦୮ : ମାୟନଗରୀ ମୁମ୍ବାଇରେ ଗତ କିଛି ଦିନ ହେଲା ଭୀଷଣ ବର୍ଷା ଲାଗି ରହିଛି | ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | କରୋନା ପାଇଁ ଲୋକେ ଏତେ ହଇରାଣ ହରକତ ହେଉଥବା ସମୟରେ ପୁଣି ବର୍ଷା ଯୋଗୁଁ ଲୋକଙ୍କ ଅବସ୍ଥା ଆହୁରି ବିଗିଡ଼ିବାରେ ଲାଗିଛି | ରାସ୍ତାଘାଟ ପାଣିରେ ବୁଡି ରହିଛି | ଲୋକାଲ ଟ୍ରେନ ବନ୍ଦ ରହିଛି | ବୁଧବାର ଦିନ ଘଣ୍ଟା ପ୍ରତି ୧୦୭ କିମି ବେଗରେ ପବନ ବୋହୁଥିଲା | ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ସକାଳ ପର୍ଯ୍ୟନ୍ତ ଭୀଷଣ ବର୍ଷା ଲାଗି ରହିବ | ପାଣିପାଗ ବିଭାଗ ଅନୁସାରେ ସମୁଦ୍ରରେ ଅପରାହ୍ନ ୧.୫୧ ସମୟରେ ହାଇଟାଇଡ ଆସିବାର ସମ୍ଭାବନା ରହିଛି | ଏହି ସମୟରେ ସମୁଦ୍ରରେ ୪.୩୩ ମିଟର ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି | 

ବର୍ଷା ଯୋଗୁଁ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ମହାରାଷ୍ଟ୍ରରେ ୧୬ ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି | ମୁମ୍ବାଇରେ ୫ଟି ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି | ଏହାଛଡା କୋଲ୍ହାପୁରରେ ୪, ସାଙ୍ଗଲିରେ ୨, ସତାରା, ଥାନେ, ପାଲଘର, ନାଗପୁର ଓ ରାୟଗଢ଼ରେ ଗୋଟିଏ ଲେଖାଏଁ ଟିମ ନିୟୋଜିତ କରାଯାଇଛି | 

ବୁଧବାର ଦିନ ଭୀଷଣ ବର୍ଷା ଯୋଗୁଁ ରାୟଗଢ଼ ଜିଲ୍ଲାରେ ଜବାହାରଲାଲ ନେହରୁ ପୋର୍ଟ ଟ୍ରଷ୍ଟରେ ନିୟୋଜିତ ଉଚ୍ଚ କ୍ଷମତା ବିଶିଷ୍ଟ ୩ଟି କ୍ରେନ ପବନରେ ଓଲଟି ପଡିଥିଲା | ସକାଳ ସାଢେ ୮ଟା ରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଭୀଷଣ ବର୍ଷା ହୋଇଥିଲା | ମୁମ୍ବାଇ ମରିନ ଡ୍ରାଇଭ ଅଞ୍ଚଳରେ ଥିବା ଇସ୍ଲାମ ଜିମଖାନା, ପାର୍ସି ଜିମଖାନାର ଗ୍ରାଉଣ୍ଡରେ ପାଣି ଭର୍ତ୍ତି ହୋଇଯାଇଥିଲା | ଅଣ୍ଟା ଯାଏଁ ପାଣି ଭର୍ତ୍ତି ହୋଇଯାଇଥିଲା | ବହୁ ସଂଖ୍ୟାରେ ଗଛ ଭାଙ୍ଗି ଯାଇଛି | ଭୀଷଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି | ଟ୍ରେନ ଓ ବସ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି | ରେଳ ଧାରଣାରେ ପାଣି ଭର୍ତ୍ତି ହୋଇଯିବାରୁ ଲୋକାଲ ଟ୍ରେନରେ ଫସି ରହିଥିବା ୨୯୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା |

ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ କଥାବାର୍ତ୍ତା କରି ବର୍ଷା ଯୋଗୁଁ ଉତ୍ପର୍ଣ୍ଣ ହୋଇଥିବା ସ୍ଥିତି ଉପରେ ଚର୍ଚ୍ଚା କରିଥିଲେ ଏବଂ ସବୁ ସମ୍ଭାବ୍ୟ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଥିଲେ | 

   Related Posts