ମାଡ଼ି ଆସୁଛି ବନ୍ୟା, ୧୧ ଟି ଜିଲ୍ଲାକୁ ହାଇ ଆର୍ଲଟ ଜାରି
28/08/2018 at 1:46 PM

ଖୋଲିଲା ହୀରାକୁଦର ୨୫ ଗେଟ୍ । ମାଡ଼ି ଆସୁଛି ବନ୍ୟା । ୩୦ ତାରିଖ ସକାଳେ କଟକ ମୁଣ୍ଡଳୀ ନିକଟରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ । ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୫ ହଜାର କ୍ୟୁସେକ୍ ବନ୍ୟା ଜଳ ପଶୁଛି । ଯାହା ରାତିରେ ଡବଲ୍ ହେବ । ଏଭଳି ସ୍ଥିତିରେ ୧୧ ଟି ଜିଲ୍ଲାକୁ ହାଇ ଆର୍ଲଟ ଜାରି କରିଛନ୍ତି ଏସ୍.ଆର୍.ସି । ୨୪ ଘଣ୍ଟା ସର୍ତକ ରହିବା ସହ ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ କୁହଯାଇଛି । ଏନ୍.ଡି.ଆର୍.ଏଫ୍, ଓଡ୍ରାଫ୍ ଟିମ୍ ଷ୍ଟାଣ୍ଡବାଇରେ ଥିବା ବେଳେ, ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ଏବଂ ପାନୀୟ ଜଳ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍.ଆର୍.ସି ।
Related Posts
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021