ନୀଳଗିରି ସୋନ ନଦୀରେ ବନ୍ୟା; ୨୦ଟି ଗାଁର ଗ୍ରାମବାସୀ ଭୟଭୀତ
21/09/2018 at 10:37 AM

ନୀଳଗିରି ୨୧/୯ : ବାଲେଶ୍ଵର ଜିଲ୍ଲା ନୀଳଗିରି କାଠପାଳ ଅଂଚଳରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ଦୁଇଦିନର ଲଗାଣ ବର୍ଷା କାରଣରୁ ସୋନ ନଦୀରେ ବନ୍ୟାଜଳ ଆସି ନଦୀର ଦିଗ ପରିବର୍ତନ ହୋଇଛି । ନଦୀରୁ ପାଣି ଆସି ଅଯୋଧ୍ୟା କାଠପାଳ ଗାଁକୁ ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଛି । ଫଳରେ ଯୁନକୁଇଲି, କରଞ୍ଜିଆ, ତୁଟାପଡା, ଡୁମଗଣ୍ଡିରା ,କାଠପାଳ ଗାଁକୁ ବନ୍ୟାଜଳ ପଶିଛି । ସେହିପରି ସିଙ୍ଗିରି,ପୁନଦାଳ, ରାଧାକିଶୋରପୁର,କାଂଶ, ବେଗୁନିଆ,ଗାଁ ପ୍ରତି ବିପଦ ଘାରିଛି।ବର୍ଷା ଲାଗିରହିବା ଓ ବନ୍ୟା ପାଣି ବଢି ଚାଲିବା ନେଇ ସୋନ ନଦୀ କୂଳରେ ଆଖପାଖ ୨୦ଟି ଗାଁର ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି ।
Related Posts
ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
13 April 2021