Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଦିଲ୍ଲୀକୁ ଘନେଇଲା ବନ୍ୟା ! ବିପଦ ସଂକେତ ଉପରେ ବହୁଛି ଯମୁନା, ଉଦ୍ଧାର କାର୍ଯ୍ୟରେ ମୁତୟନ ଟିମ୍‌କୁ କରାଗଲା ସତର୍କ

30/07/2021 at 7:05 PM

ନୂଆଦିଲ୍ଲୀ ୩୦।୭: ରାଜଧାନୀ ଦିଲ୍ଲୀ ଲାଗି ବନ୍ୟା ବିପଦ ବଢିଛି। ଶୁକ୍ରବାର ଯମୁନା ନଦୀର ଜଳ ସ୍ତର ବିପଦ ସଂକେତ ପାର କରିଛି। ଗତ ବୁଧବାର ହରିୟାଣା ଯମୁନା ନଗରସ୍ଥିତ ହାତିନୀକୁଣ୍ଡରୁ ୧.୫୯ ଲକ୍ଷ କ୍ୟୁସେକ୍‌ ପାଣି ଛଡା ଯାଇଥିଲା। ଫଳରେ ଯମୁନାରେ ଜଳସ୍ତର ବଢ଼ିଥିବା ବେଳେ ଏନସିଆର ସମେତ ପାହାଡ ଉପରେ ଜାରି ବର୍ଷା ନଦୀରେ ଜଳସ୍ତରକୁ ଆହୁରି ବୃଦ୍ଧି କରିଛି।

ଆଗାମୀ କିଛି ଘଣ୍ଟାରେ ନଦୀର ଜଳ ପତ୍ତନ ଆହୁରି ବୃଦ୍ଧି ହେବ। ଫଳରେ ନଦୀ କୂଳ ଖାଲୁଆ ଅଞ୍ଚଳରେ ରହୁଥିବା ଲୋକଙ୍କ ବିପଦ ଆହୁରି ବଢିଯିବ। ଏଣୁ ନଦୀର ଜଳ ସ୍ତର ବିପଦ ସଂକେତ ଉପରକୁ ଉଠିବାମାତ୍ରେ ଉଦ୍ଧାର କାର୍ଯ୍ୟ ଲାଗି ମୁତୟନ ଟିମ୍‌ ସବୁକୁ ସତର୍କ କରିଦିଆଯାଇଛି। ପୂର୍ବ ଦିଲ୍ଲୀ ଏସଡିଏମ୍‌ ରାଜେନ୍ଦ୍ର କୁମାର ନଦୀ ବିପଦ ସଂକେତ ପାର କରିଯାଇଥିବା ସନ୍ଧ୍ୟାରେ କହିଛନ୍ତି। ତେବେ ହାଥିନୀକୁଣ୍ଡରୁ ଯେବେଠାରୁ ଉଦବୃତ୍ତ ଜଳ ଛଡାଗଲାଣି ସେବେଠୁ ଆମେ ଲୋକଙ୍କୁ ସତର୍କ କରିଥିବା କହିଛନ୍ତି।

ପୂର୍ବ ଦିଲ୍ଲୀ ଡିଏମ୍‌ ସୋନିକା ବର୍ମା ମଧ୍ୟ ବନ୍ୟା ଉପରେ ନଜର ରଖି ରହିଛନ୍ତି। ଡିଡିଏମଏ, ବୋଟ କ୍ଲବ ଓ ଏନଡିଆରଏଫ ଟିମ୍‌କୁ ବନ୍ୟା ଲାଗି ସତର୍କ କରାଯାଇଛି। ସେହିପରି ଦିଲ୍ଲୀରେ ଯମୁନା ନଦୀ କୂଳରେ ବସବାସ କରୁଥିବା ଲୋକଙ୍କୁ ସେମାନଙ୍କ ପାଳିତ ପଶୁ ଓ ପିଲାମାନଙ୍କୁ ପାଣିଠାରୁ ସୁରକ୍ଷିତ ଦୂରରେ ରଖିବା ଲାଗି କୁହାଯାଇଛି। ଏଥିରେ ଯଦି ନଦୀର ଜଳ ସ୍ତର ଆହୁରି ବଢେ ତେବେ ତଳିଆ ଅଞ୍ଚଳର ଲୋକଙ୍କୁ ଖାଲି କରାଯିବ ବୋଲି ଡିଏମ୍‌ କହିଛନ୍ତି।

ଯମୁନା ନଦୀରେ ସତର୍କତା ସଂକେତ ୨୦୪.୫୦ ମିଟରରେ ଲଗା ଯାଇଛି। ଶୁକ୍ରବାର ସକାଳେ ଜଳ ସ୍ତର ସତର୍କତା ସ୍ତର ଉପରେ ଓ ବିପଦ ସଂକେତ ତଳେ ବହୁଥିବା ଦେଖା ଯାଇଥିଲା। ଏଠାରେ ବିପଦ ସଂକେତ ୨୦୫.୩୩ ମିଟର ଧାର୍ଯ୍ୟ ରହିଛି। ପୂର୍ବାହ୍ନ ୧୧ଟା ବେଳକୁ ଜଳସ୍ତର ୨୦୫.୩୪ ମିଟର ଅର୍ଥାତ ବିପଦ ସଂକେତ ଉପରକୁ ଚାଲିଯାଇଥିଲା। ଏଣୁ ଦିଲ୍ଲୀ ଉପରେ ଏବେ ବନ୍ୟା ବିପଦ ଘନେଇଛି। ଯଦି ନଦୀର ଜଳସ୍ତର ଆହୁରି ବଢେ ତେବେ ଦିଲ୍ଲୀ ସଲଗ୍ନ ଅଞ୍ଚଳରେ ନଦୀ କୂଳେ କୂଳେ ରହୁଥିବା ଅନୁନ୍ୟ ୧୦ ହଜାର ଲୋକେ ପ୍ରଭାବିତ ହେବେ।

ଏଥିରେ ବୁରାଡୀ, ଜୈତପୁର, ବଦରପୁର, ଯମୁନା ଖାଦର, ଉସ୍ମାନପୁର, ମଜନୁ କା ଟିଲା ଆଦି ଅଞ୍ଚଳକୁ ଲାଗି ରହିଥିବା ଚିଲ୍ଲା ବସ୍ତି ଏବଂ ଓଖଲାର ଝୁପୁଡି ଅ଼ଞ୍ଚଳକୁ ପାଣି ପଶିବାର ଅନୁମାନ କରାଯାଉଛି। ଏଣୁ ଏପରି ପରିସ୍ଥିତି ଉପୁଜିଲେ ଏହି ସବୁ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ଲାଗି ପ୍ରଶାସନ ପୂର୍ବରୁ ପ୍ରସ୍ତୁତି କରି ରଖିଛି।

ଯମୁନା ନଦୀ କୂଳରେ ଅବସ୍ଥିତ ରାଜଧାନୀ ଦିଲ୍ଲୀ ଲାଗି ବନ୍ୟା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ୨୦୧୯ରେ ହାଥିନୀକୁଣ୍ଡରୁ ୮.୨୬ ଲକ୍ଷ କ୍ୟୁସେକ୍‌ ପାଣି ଛଡା ଯାଇଥିଲା। ସେତେବେଳେ ନଦୀର ଜଳସ୍ତର ୨୦୬.୬୦ ମିଟରକୁ ଚାଲିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ତଟିୟ ଅଞ୍ଚଳରେ ପାଣି ଭରି ଯାଇଥିଲା। ୨୦୧୩ ରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଥିଲା। ସେ ବର୍ଷ ନଦୀର ଜଳସ୍ତର ୨୦୭.୩୨ ମିଟରକୁ ପହଞ୍ଚିଥିଲା।

   Related Posts