Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବର୍ଷା ଓ ବନ୍ୟା ପରିସ୍ଥିତି ସୁଧୁରିଛି ହେଲେ ବଢ଼ିଯାଇଛି ପ୍ରଭାବିତଙ୍କ ଦୁର୍ଦ୍ଦଶା: ବାଲିଚର ହୋଇଛି ଶହଶହ ଏକର ଚାଷଜମି , ଆସନ୍ତାକାଲି ଧର୍ମେନ୍ଦ୍ର ଆକାଶ ମାର୍ଗରୁ ସମୀକ୍ଷା କରିବେ ବନ୍ୟାସ୍ଥିତି

16/08/2019 at 9:09 PM

ଭୁବନେଶ୍ବର ୧୬।୮:  ବର୍ଷା ଓ ବନ୍ୟା ପରିସ୍ଥିତି ସୁଧୁରିଛି ହେଲେ ବଢ଼ିଯାଇଛି ପ୍ରଭାବିତଙ୍କ ଦୁର୍ଦ୍ଦଶା । ମାଟିରେ ମିଶିଯାଇଛି ହଜାର ହଜାର ମାଟିଘର ।  ବାଲିଚର ହୋଇଛି ଶହଶହ ଏକର ଚାଷଜମି । କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ପାଇଁ ଚାଲିଛି ପ୍ରଶାସନର ବୈଠକ । ଏଣେ କିନ୍ତୁ ସରକାରୀ ସହାୟତାକୁ ଅପେକ୍ଷା କରିବସିଛନ୍ତି ବନ୍ୟା ବିପନ୍ନ ।….

ଦୁଇ ଦୁଇ ଥର ଲଗାଣ ବର୍ଷା ଓ ବନ୍ୟାର ସମ୍ମୁଖୀନ ହୋଇଛନ୍ତି କଳାହାଣ୍ଡି  ଜିଲ୍ଲା ବାସୀ । ଜିଲ୍ଲାର ଥୁଆମୂଳ-ରାମପୁର, ଲାଞ୍ଜିଗଡ଼ ବ୍ଲକ, କର୍ଲାମୁଣ୍ଡା, ମଦନପୁର-ରାମପୁର ଓ କେସିଙ୍ଗାରେ ବ୍ୟପାକ କ୍ଷୟକ୍ଷତି ହୋଇଛି । ହଜାରେରୁ ଅଧିକ ମାଟିଘର ମାଟିରେ ମିଶିଯାଇଥିବାରୁ ଏଠି ଲୋକେ ଏବେ ବାସହରା ହୋଇ ଖୋଲା ଆକାଶତଳେ ପଡ଼ିଛନ୍ତି । ।  ବାଲିଚର ହୋଇଛି ଶହଶହ ଏକର ଚାଷଜମି  । ରାସ୍ତାଘାଟ ସବୁ ବନ୍ୟାରେ ଧୋଇ ଯାଇଥିବାରୁ ଅନେକ ଗାଁ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଲୋକେ ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି । 

ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ବନ୍ୟା ପରିସ୍ଥିତି ସମୀକ୍ଷା ପରେ ୭ଦିନ ଭିତରେ ସହାୟତା ଘୋଷଣାର କଥା କହୁଥିବା ବେଳେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କିନ୍ତୁ କହୁଛନ୍ତି ଏଥି ପାଇଁ ୩ଦିନ ଲାଗିବ । ସେପଟେ ବନ୍ୟା ବିପନ୍ନଙ୍କ ପାଖରେ ସହାୟତା ପହଞ୍ଚାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ।

କଳାହାଣ୍ଡିରେ ବନ୍ୟା ବିପନ୍ନଙ୍କ ପାଖରେ ସହାୟତା ପହଞ୍ଚୁ କି ନପହଞ୍ଚୁ, ୟାକୁ ନେଇ ରାଜନୀତି କିନ୍ତୁ ଖୁବ୍‌ ଚାଲିଛି । ହେଲେ ବାସ୍ତବ କଥା ହେଲା ଏପର୍ଯ୍ୟନ୍ତ ବନ୍ୟା ବିପନ୍ନଙ୍କ ପାଖରେ ନା’ ଶାସକ ନା’ ବିରୋଧୀ କେହି ପହଞ୍ଚି ନାହାନ୍ତି । ସେପଟେ ବଲାଙ୍ଗିରରେ କେବଳ ନେତା ଓ ପ୍ରଶାସନର ବୈଠକ ଭିତରେ ଅଟକି ଯାଇଛି ବନ୍ୟା ବିପନ୍ନଙ୍କୁ ସହାୟତା ।

 ଜିଲ୍ଲାର ୫ ବିଧାୟକଙ୍କ ସହ ସାଂସଦ ଓ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ  କେବଳ ଦୁର୍ଦ୍ଦଶା ଭୋଗୁଥିବା ବିପନ୍ନଙ୍କ ସହାୟତା ନେଇ ବୈଠକ କରିଛନ୍ତି । ଜିଲ୍ଲାର ୧୪ଟି ବ୍ଲକ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । କିଛି ସ୍ଥାନରେ ପ୍ରଶାସନ ପକ୍ଷରୁ ବିପନ୍ନମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଥିବା ବେଳେ ଅନେକ ଅଂଚଳରେ ଏବେ ବି ଲୋକଙ୍କ ପାଖରେ ପହଞ୍ଚିନି ସହାୟତା ।

ସେପଟେ ଆସନ୍ତା କାଲି ହେଲିକପ୍‌ଟର ଯୋଗେ ଆକାଶ ମାର୍ଗରୁ ବନ୍ୟାସ୍ଥିତିର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲଗାଣ ବର୍ଷା ଓ ବନ୍ୟା ଦ୍ବାରା ବଲାଙ୍ଗିର, କଳାହାଣ୍ଡି, ସୋନପୁର ଓ ବୌଦ୍ଧ ବିଶେଷ ଭାବେ ପ୍ରଭାବିତ ହୋଇଛି ।

   Related Posts