ବନ୍ୟା କ୍ଷତିଗ୍ରସ୍ତଙ୍କୁ ଅଣଦେଖା, ରିଲିଫ ନ ମିଳିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Published By : Prameya-News7 Bureau | September 28, 2020 IST

ଭଦ୍ରକ ୨୮।୯: ବନ୍ୟା ଗଲା, ରାଜ୍ୟ ସରକାର ରିଲିଫ ଘୋଷଣା କଲେ । କିନ୍ତୁ ବନ୍ୟା କ୍ଷୟକ୍ଷତିର ଆକଳନ ବେଳେ ରିଲିଫରୁ ବାଦ ପଡିଲେ କିଛି ଲୋକ । ଏହାର ପ୍ରତିବାଦ କରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଓ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି।

ଧାରଣାରତ ବନ୍ୟା ପୀଡିତ କହିଛନ୍ତି ଯେ, ଭଣ୍ଡାରିପୋଖରୀ ବ୍ଲକର କେତେକ ପଞ୍ଚାୟତରେ ବନ୍ୟା ପୀଡିତଙ୍କୁ ରିଲିଫ ଦିଆଯାଇ ନାହିଁ । ଗ୍ରାମର ଅନ୍ୟ ପରିବାରକୁ ଅନୁକମ୍ପା ଦେଖାଇ ୨ରୁ ୩ଟି ରିଲିଫ ପ୍ରଦାନ କରାଯାଇଥିବା ବେଳେ କେତେକ ପରିବାର ଏଥିରୁ ବାଦ ପଡିଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପାଞ୍ଚାୟତର କେତେକ ଗ୍ରାମ ଓ ନୂଆପୋଖରୀ ଓ ସନ୍ତରାଗଡିଆ ଗ୍ରାମର କେତେକ ବାସିନ୍ଦା ବାଦ ପଡିଛନ୍ତି ।

ତେବେ ଏନେଇ ପୂର୍ବରୁ ସ୍ଥାନୀୟ ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ନ ମିଳିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଛନ୍ତି । ବିଜେପି କହିଛି ଯଦି ଏହି ଘଟଣାର ସମାଧାନ ଶୀଘ୍ର ନହୁଏ ତେବେ ଆଗାମୀ ଦିନରେ ଆମରଣ ଅନଶନ କରିବେ ବନ୍ୟା ପୀଡିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.