Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବନ୍ୟା ସ୍ଥିତି ସୁଧୁରିଲାଣି, କିନ୍ତୁ ମିଳିନି ରିଲିଫ୍, ପ୍ରତିବାଦ କଲେ କ୍ଷତିଗ୍ରସ୍ତ

18/09/2020 at 3:50 PM

ଚଣ୍ଡିଖୋଲ, ୧୮|୦୯ : ବନ୍ୟାରେ ବେସ କ୍ଷତିଗ୍ରସ୍ତ ହୋଇଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର  ପଂଚାୟତର କଂପଗଡ଼ ଗାଁ। ତେବେ ଏବେସୁଦ୍ଧା ଏଠାକାର ଲୋକଙ୍କୁ ରିଲିଫ ନମିଳିବାରୁ ସେମାନେ ପ୍ରତିବାଦ ଜଣାଇଛନ୍ତି ।   

ବନ୍ୟା ପ୍ରଭାବିତ ହୋଇ ଥିବା ଏହି  ଅଞ୍ଚଳକୁ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ସରକାରଙ୍କ ନିର୍ଦେଶ ରହିଥିଲା । କିନ୍ତୁ କଂପଗଡ଼ ଗ୍ରାମର ବହୁ ଲୋକେ ରିଲିଫ ସାମଗ୍ରୀରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚି ନଥିବା ଲୋକେ ଅଭିଯୋଗ କରିଛନ୍ତି । କିଛି ୱାର୍ଡରେ ରିଲିଫ  ପହଂଚି ଥିବା ବେଳେ ବହୁ ଲୋକଙ୍କୁ ଏଥିରୁ ବାଦ୍ ପଡିଛନ୍ତି ।  ସେମାନେ ଶୁକ୍ରବାର ପ୍ରତିବାଦ କରିଛନ୍ତି । ଆଗାମୀ ଦିନରେ ରିଲିଫ ନ ମିଳିଲେ ରାସ୍ତାରୋକ୍ କରିବେ ବୋଲି ଚେତାବନୀ ଦେଇଛନ୍ତି ।

   Related Posts