‘ତିତଲି’ ବାତ୍ୟା ଏବଂ ବନ୍ୟାରେ କ୍ଷୟକ୍ଷତି ନେଇ ଗଞ୍ଜାମ ଜିଲ୍ଲାରେ ସ୍ଥିତି ପରଖିଛି ନ୍ୟୁଜ ସେଭେନ୍

Published By : Prameya-News7 Bureau | October 16, 2018 IST

ଗଞ୍ଜାମ ୧୬|୧୦: ତିତଲି ବାତ୍ୟା ଏବଂ ତାପର ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ପ୍ରଭାବିତ ଇଲାକାରେ ସ୍ଥିତି ପରଖିଛି ନ୍ୟୁଜ ସେଭେନ୍ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର  ତିତଲି  ଓ ପରବର୍ତ୍ତୀ ବନ୍ୟା ସ୍ଥିତି ସ୍ଥାନୀୟ ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଲୋକେ ଚାଉଳ ମୁଠାଏ ପାଇଁ ପ୍ରାୟ ୧୦କିଲୋମିଟର  ଦୁର୍ଗମ ପଥ ଦେଇ ଯିବାକୁ ବାଧ୍ୟ ହେଉଛନ୍ତି । ଚାଷ ଜମିରେ ପାଣି ଠିଆ ହୋଇଛି ସେଣେ ଘରଦ୍ବାର ଭାଙ୍ଗି ମାଟିରେ ମିଶି ଯାଇଛି । ଚରମ ଦୁର୍ଦ୍ଦଶାରେ ଅଛନ୍ତି ଲୋକ । ଦୁର୍ଗମ ଅଞ୍ଚଳର ଗୋଟିଏ ପରେ ଗୋଟିଏ ଗାଆଁକୁ ନ୍ୟୁଜ୍  ସେଭେନ୍  ଟିମ୍ ଯାଇଥିଲା । ବାଟରେ ଅନେକ ଦୁର୍ଗମ ପଥ ଦେଇ ମଧ୍ୟ ଯାଇଥିଲା ଆମ ଟିମ୍  । ସ୍ଥାନୀୟ ପ୍ରଶାସନ  କି ଜିଲ୍ଲା ପ୍ରଶାସନର ଅଧିକାରୀ କେହିବି ସେମାନଙ୍କ ପାଖରେ  ପହଞ୍ଚି ନଥିବା ଲୋକ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.