ଏବେ ଫ୍ଲିପ୍‌କାର୍ଟ(Flipkart) ରେ କିଣିପାରିବେ ଲକ୍ଷେ ଟଙ୍କାର ଜିନିଷ ବିନା ପେମେଣ୍ଟରେ

Published By : Prameya-News7 Bureau | September 27, 2019 IST

ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ। ଆଗକୁ ଦଶହରା ଓ ଦିୱାଲି ଭଳି ପର୍ବ ଆସୁଛି ।  ଯାହା ଭାରତରେ ବେଶ ଧୁମ୍‌ଧାମରେ ପାଳନ ହୁଏ।ତେବେ ଅନ୍‌ଲାଇନ୍ କିଣାକିଣି କରିବା ପାଇଁ ଫ୍ଲିପ୍‌କାର୍ଟ ରିହାତିସେଲ ଆରମ୍ଭ କରିବାକୁ ଘୋଷଣା କରିସାରିଛି। ଫ୍ଲିପ୍‌କାର୍ଟର ଧମାକେଦାର ସେଲରେ ସପିଂ କରିବାକୁ ନଗଦ ଟଙ୍କା ବା କ୍ରେଡିଟ କାର୍ଡ ଏବେ ଦରକାର ନାହିଁ। ଅନ୍‌ଲାଇନ୍‌ ସେଲ ୱେବ୍‌ସାଇଟ୍‌ ଫ୍ଲିପକାର୍ଟରେ ୨୯ ସେପଟେମ୍ବରରୁ ବିଗ ବିଲିୟନ ସେଲ ଆରମ୍ଭ ହେବାକୁ ଯାଉଛି।

ସୂଚନାଯୋଗ୍ୟ ଯେ, ଫ୍ଲିପ୍‌କାର୍ଟର କାର୍ଡଲେସ କ୍ରେଡିଟ ଅଫର ଗ୍ରାହକଙ୍କୁ ଲକ୍ଷେ ଟଙ୍କା ଯାଏଁ କିଣାକିଣି କରିବାର ଅଫର ଦେଉଛି। ଯାହାର ପୈଠ ପରେ କରିହେବ। 'The Big Billion Days Sale' ଅକ୍ଟୋବର ମାସ ୪ ତାରିଖରେ ସରିବ। ସପିଂ ସମୟରେ ଚେକ୍‌ଆଉଟ୍‌ ପ୍ରକ୍ରିୟା ସମୟରେ ପେମେଣ୍ଟର ଅଲଗା ଅଲଗା ବିକଳ୍ପ ବଛାଯାଇପାରିବ। କାର୍ଡଲେସ କ୍ରେଡିଟ୍‌ର ଫାଇଦା ଉଠାଇବା ପାଇଁ କୌଣସି ଡାଉନପେମେଣ୍ଟର ଆବଶ୍ୟକତା ନାହିଁ। ସେଲ ମମୟରେ ଫ୍ଲିପ୍‌କାର୍ଟ ଗ୍ରାହକଙ୍କୁ ଏହି ୩ଟି ବିକଳ୍ପ ଦିଆଯିବ।     

୧- ଜିରୋ ଇଣ୍ଟରେଷ୍ଟ ସହ ଅଲଗା ମାସରେ ପୈଠ କରିହେବ।

୨- ଜିରୋ ଇଣ୍ଟରେଷ୍ଟ ସହ ୩ଟି ଇଏମଆଇରେ ଜିନିଷ କିଣିହେବ।

୩- ସପିଂ କରିବା ପରେ ୧୨ ମାସ ପର୍ଯ୍ୟନ୍ତ ଇନ୍‌ଷ୍ଟଲମେଣ୍ଟରେ ଟଙ୍କା ପୈଠ କରିହେବ।  

ଫ୍ଲିପକାର୍ଟ ୱେବସାଇଟ ଏହି ସୁବିଧା କ୍ରେଡିଟ କାର୍ଡ ବ୍ୟବହାର କରୁନଥିବା ଗ୍ରାହକଙ୍କ ପାଇଁ ହୋଇଛି। ସପିଂ କରିବା ସମୟରେ ଏହି ଅଫର ପାଇଁ ଫ୍ଲିପ୍‌କାର୍ଟକୁ ନିଜ ପ୍ୟାନ କାର୍ଡ ସମେତ ଅନ୍ୟ ସୂଚନା ଦେବାକୁ ହେବ। ଏହା ପରେ କେୱାଇସି(KYC) ପ୍ରକ୍ରିୟା ପୂରଣ ହେବ। ଏହି ପ୍ରକ୍ରିୟା ପରେ କାର୍ଡଲେସ ଅପସନ ଦ୍ବାରା କିଣାକିଣି କରିବାର ଫାଇଦା ଉଠାଇପାରିବେ। ଫ୍ଲିପକାର୍ଟରେ ମାଇ ଆକାଉଣ୍ଟ ଅପସନକୁ ଯାଇ ନିଜ କ୍ରେଡିଟ ଲିମିଟ ଚେକ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.