ଅନ୍‌ଲାଇନ୍‌ରେ ବି ଲକ୍‌ଡାଉନ୍, କାରବାର ବନ୍ଦ ରଖିଲା ପ୍ଲିପକାର୍ଟ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ ୨୫।୦୩: କରୋନା ନେଇ ସାରାଦେଶ ଏବେ ଚିନ୍ତାରେ ରହିଛି । କରୋନାକୁ ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତଥାପି ଦେଶରେ ସଂକ୍ରମଣଙ୍କ ସଂଖ୍ୟା ବଢିଚାଲିଛି । ତେବେ ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାରାଦେଶରେ ୨୧ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଜରୁରୀ ସେବା ଓ ଅତ୍ୟାବଶକୀୟ ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ଉପରେ କଟକଣା ଲଗାଇଛନ୍ତି ସରକାର । ତେବେ ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଦେଖି ଇ-କମର୍ସ ଓ୍ବେବସାଇଟ୍‌ ପ୍ଲିପକାର୍ଟ ମଧ୍ୟ ନିଜର ସର୍ଭିସ କିଛି ସମୟ ପାଇଁ ବନ୍ଦ ରଖିଛି ।

wp:core-embed/twitter {"url":"https://twitter.com/ANI/status/1242638323840999425","type":"rich","providerNameSlug":"twitter","className":""}
https://twitter.com/ANI/status/1242638323840999425
/wp:core-embed/twitter

କରୋନା ଭାଇରସରେ ବର୍ତ୍ତମାନ ପର୍ଯ୍ୟନ୍ତ ସାରାବିଶ୍ବରେ ୧୬ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ୩ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସାରାବିଶ୍ବର ୧୯୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି କରୋନା ଭାଇରସ । ଭାରତରେ ସଂକ୍ରମଣଙ୍କ ସଂଖ୍ୟା ୫ଶହ ପାରିହୋଇସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ହୋଇଛି । ଏହି ସବୁକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.