ଫ୍ଲିପ୍‌କାର୍ଟ କହିଲା- ନାଗାଲାଣ୍ଡ ଭାରତ ବାହାରେ, ପରେ ଭୁଲ ପାଇଁ ମାଗିଲା କ୍ଷମା

Published By : Prameya-News7 Bureau | October 10, 2020 IST

ନୂଆଦିଲ୍ଲୀ ୦୧/୧୦: ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ଏବେ ବିବାଦ ଘେରକୁ ଆସିଛି। ନାଗାଲଣ୍ଡର ଜଣେ ଗ୍ରାହକଙ୍କୁ ଆବଶ୍ୟକତା ସେବା ଯୋଗାଇ ନ ପାରିବାରୁ ଏଭଳି ଘଟଣା ଘଟିଛି। କମ୍ପାନି କହିଛି ଭାରତ ବାହାରେ ଡେଲିଭରୀ ସେବା ଦିଅନ୍ତି ନାହିଁ। ତେବେ ଏ ଗ୍ରାହକ ଜଣକ ନାଗାଲାଣ୍ଡରେ ରହନ୍ତି । ସେ ଫ୍ଲିପକାର୍ଟକୁ ଫେସବୁକରେ ପଚାରି ଥିଲେ,‘ଆପଣ ନାଗାଲାଣ୍ଡରେ ଡେଲିଭରି କାହିଁକି କରୁ ନାହାନ୍ତି। ସବୁ ରାଜ୍ୟରେ ସମାନ ସେବା ଯୋଗାଇବା ଦରକାର।’ ଯାହାର ଉତ୍ତରରେ ଫ୍ଲିପକାର୍ଟ କହିଥିଲା ‘ଆମେ ଭାରତ ବାହାରେ ଡେଲିଭରୀ ପ୍ରଦାନ କରି ନ ଥାଉ।’

ମାତ୍ର ପରେ ଯେମିତି ନିଜର ଭୁଲ କମ୍ପାନି ଜାଣିଛି ତତକ୍ଷଣାତ୍ ସେହି ୟୁଜରଙ୍କୁ କ୍ଷମା ମାଗିଛି। କମ୍ପାନି କହିଛି ‘ଅଜାଣତରେ ଭୁଲ ହୋଇଯାଇଛି ଓ କମ୍ପାନି ଏ ପାଇଁ କ୍ଷମା ମାଗୁଛି। ନାଗାଲଣ୍ଡ ସମେତ ପୂରା ଦେଶରେ ସେବା ଯୋଗାଇବା ପ୍ରୟାସ କରୁଛୁ। ଆପଣଙ୍କ ସହ ଯୋଡି ହୋଇ ବିକଳ୍ପ ସେବା ପ୍ରଦାନ କରିବାରେ ଉତ୍ସାହିତ ଅଛୁ।

wp:core-embed/twitter {"url":"https://twitter.com/PradyotManikya/status/1314208223327469571","type":"rich","providerNameSlug":"twitter","className":""}
https://twitter.com/PradyotManikya/status/1314208223327469571
/wp:core-embed/twitter

ଯଦିଓ ସମ୍ପୃକ୍ତ ୟୁଜରଙ୍କୁ ଫ୍ଲିପକାର୍ଟ କ୍ଷମା ମାଗିଛି ମାତ୍ର ୟୁଜର ସେହି କମେଣ୍ଟକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଯାହା ପରେ କମ୍ପାନିର ଚିନ୍ତା ବଢ଼ି ଯାଇଛି। ଏବେ ଅନେକ ୟୁଜର କମ୍ପାନି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.