ନୂଆଦିଲ୍ଲୀ ୧୭/୭: ଇ-କମର୍ସ ଓ୍ବେବସାଇଟ୍ ଫ୍ଲିପକାର୍ଟ ପାର୍ଟ ପେମେଣ୍ଟର ଅପ୍ସନ୍ ଲଞ୍ଚ କରିଛି। ଏହା ଜରିଆରେ ଗ୍ରାହକ କୌଣସି ଜିନିଷ କିଣିବା ସମୟରେ ଅଳ୍ପ ଟଙ୍କା ଦେଇ ପାରିବେ ଏବଂ ପରେ ପୂରା ଟଙ୍କା ଦେବାର ଅପ୍ସନ୍ ମିଳିବ।
ଓ୍ବାଲମାର୍ଟର କମ୍ପାନୀ ଫ୍ଲିପକାର୍ଟ ନିଜ ସେଲର୍ସଙ୍କୁ ଇମେଲ୍ ପଠାଇ କହିଛି ଯେ ପାର୍ଟ ପେମେଣ୍ଟ ପ୍ରିପେଡ ଟ୍ରାଞ୍ଜାକ୍ସନକୁ ଗୁରୁତ୍ବ ଦେବ।
କିଣିବା ସମୟରେ କିଛି ପେମେଣ୍ଟ କରି ପାରିବେ ଏବଂ ପୂରା ଟଙ୍କା ପ୍ରଡକ୍ଟ ଡେଲିଭର ହେବା ପରେ କରିବାର ଅପ୍ସନ୍ ମିଳିବ। ଏଥିପାଇଁ କୌଣସି ଏକ୍ସଟ୍ରା ଚାର୍ଜ ନେବା କଥା କୁହା ଯାଇ ନାହିଁ ଏବଂ ଏଥିପାଇଁ ମଧ୍ୟ ରେଟ କାର୍ଡ଼ ଅନ୍ୟ ପେମେଣ୍ଟ ମେଥୋଡ ଭଳି ରହିବ।
ଫ୍ଲିପକାର୍ଟ ସେଲର୍ସଙ୍କୁ ପଠା ଯାଇଥିବା ଇମେଲରେ କହିଛି ଯେ ଯେତେବେଳେ ଗ୍ରାହକ କିଣାକିଣି ସମୟରେ କିଛି ଟଙ୍କା ପେ କରୁଛି ସେତେବେଳେ ସେହି ସ୍ଥିତିରେ ଏହାର କ୍ୟାନସିଲେସନ ଚାନ୍ସେସ ନଥାଏ।
ପାର୍ସିୟାଲ୍ ପେମେଣ୍ଟ କିମ୍ବା ପାର୍ଟ ପେମେଣ୍ଟ ଯୋଗୁଁ ଫ୍ଲିପକାର୍ଟକୁ ମଧ୍ୟ ଫାଇଦା ହେବ। କାରଣ କ୍ୟାସ୍ ଅନ୍ ଡେଲିଭରିରେ ପ୍ରଡକ୍ଟ କ୍ୟାନସଲ୍ ଏବଂ ରିଟର୍ଣ୍ଣର ସମସ୍ୟା ହେଉଥିଲା,କିନ୍ତୁ ଏହି ମେଥୋଡରୁ କିଣାକିଣି କରୁଥିବା ୟୁଜର୍ସଙ୍କ ପାଇଁ ରିଟର୍ଣ୍ଣ ଏବଂ କ୍ୟାନସିଲେସନ୍ ସେତେ ସହଜ ହେବ ନାହିଁ ଯେତେ କ୍ୟାସ୍ ଅନ୍ ଡେଲିଭରିରେ ହୋଇଥାଏ।
କରୋନା ଭାଇରସ୍ ଆଉଟବ୍ରେକ୍ ଯୋଗୁଁ ଦେଶବ୍ୟାପି ଚାଲିଥିବା ଲକଡାଉନ୍ କାରଣରୁ ଅନ୍ୟ ସେକ୍ଟର ଭଳି ଇ-କମର୍ସ କମ୍ପାନୀର ମଧ୍ୟ କ୍ଷତି ହୋଇଛି। ଏପରି ପରିସ୍ଥିତିରେ ଏବେ ଏହି କମ୍ପାନୀଗୁଡ଼ିକ ଅଧିକରୁ ଅଧିକ ପ୍ରଡକ୍ଟ ବିକ୍ରି କରିବ ଏବଂ କ୍ୟାନସିଲେସନକୁ କମ୍ କରିବ।
ଏବେ ବି କ୍ୟାସ୍ ଅନ୍ ଡେଲିଭରିର ଅପ୍ସନ ଇ-କମର୍ସ ଓ୍ବେବସାଇଟ୍ ଦେଉଛି,କିନ୍ତୁ ଏଥିରେ ଅନେକ ଥର ଏକ୍ସଟ୍ରା ଚାର୍ଜ ମଧ୍ୟ ନିଆଯାଇଥାଏ।