Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖାଦ୍ୟ ରିଟେଲ୍ ମାର୍କେଟରେ ଫ୍ଲିପକାର୍ଟକୁ ନା, ଅନୁରୋଧ ଅଗ୍ରାହ୍ୟ କଲେ ଭାରତ ସରକାର

2/06/2020 at 7:23 PM

ନୂଆଦିଲ୍ଲୀ, ୦୨|୦୬:  ଅନଲାଇନ୍ କାରବାରରେ ଖାଦ୍ୟ ସାମଗ୍ରୀର ଖୁଚୁରା ବିକ୍ରି କରିବା ନେଇ ଇକମର୍ସ କମ୍ପାନୀ ଫ୍ଲିପକାର୍ଟ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ଫଳରେ ଖୁଚୁରା ବଜାରରେ ଫ୍ଲିପକାର୍ଟର ପ୍ରବେଶ ସ୍ୱପ୍ନ ଭାଙ୍ଗିଯାଇଛି ।

ଗତ ବର୍ଷ ଫ୍ଲିପକାର୍ଟ ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲା । ଫ୍ଲିପକାର୍ଟ କହିଥିଲା ଯେ, କମ୍ପାନୀକୁ କୃଷି ଉତ୍ପାଦ ଦ୍ରବ୍ୟ ଓ ଖାଦ୍ୟ ସାମଗ୍ରୀର ଖୁଚୁରା  ବିକ୍ରି ପାଇଁ ଅନୁମତି ଦିଆଯାଉ । ଏଥିରେ ଫଳମୂଳ ସହ ପନିପରିବା ମଧ୍ୟ ସାମିଲ ଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ସଂସ୍ଥା ଡିପିଆଇଆଇଟି କମ୍ପାନୀର ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛି ।

ଟାଇମସ୍ ଅଫ୍ ଇଣ୍ଡିଆର ରିପୋର୍ଟ ଅନୃସାରେ, ଡିପିଆଇଟି ଫାର୍ମରମାର୍ଟକୁ ଖାଦ୍ୟ ସାମଗ୍ରୀର ଖୁଚୁରା ବିକ୍ରି ପାଇଁ ଅନୁମତି ଦେଇନାହିଁ । ଏହା ଫ୍ଲିପକାର୍ଟର ଏକ ଇ କମର୍ସ କମ୍ପାନୀ । ତେବେ ଫ୍ଲିପକାର୍ଟର ୮୧.୩ ପ୍ରତିଶତ ଅଂଶଧନ ୨୦୧୮ରେ ଓ୍ୱାଲମାର୍ଟ କ୍ରୟ କରିନେଇଥିଲା । ଅନଲାଇନ୍ ଖୁଚୁରା ବ୍ୟବସାୟରେ ୧୦୦ ପ୍ରତିଶତ ଏଫଡିଆଇକୁ ଅନୁମତି ମିଳିଛି ।

ଏହାପୂର୍ବରୁ ବିଗ୍ ବାସ୍କେଟ୍ ଓ ଗ୍ରୋଫୋର୍ସକୁ କୃଷି ଉତ୍ପାଦ ବିକ୍ରି ପାଇଁ ଅନୁମତି ମିଳିସାରିଛି ।

   Related Posts