ଜୁଲାଇ ୧୫ ତାରିଖରୁ ଫ୍ଲିପକାର୍ଟର ଧମାକା ସେଲ୍ : ଦେଖନ୍ତୁ ପ୍ରଡକ୍ଟ ଲିଷ୍ଟ ଓ ଜାଣନ୍ତୁ କଣ ମିଳୁଛି ରିହାତି

Published By : Prameya-News7 Bureau | July 12, 2019 IST

ଭାରତରେ “ବିଗ ସପିଙ୍ଗ ଡେଜ ସେଲ”ର ଆୟୋଜନ କରିବାକୁ ଘୋଷଣା କରିଛି ଫ୍ଲିପକାର୍ଟ। ଏହି ସେଲ୍‌ର ଆୟୋଜନ ଜୁଲାଇ ମାସ ୧୫  ରୁ ୧୮ ତାରିଖ ଯାଏଁ କରାଯିବ। ଏଥିପାଇଁ ଇ-କମର୍ସ ସାଇଟ୍‌ ଏସବିଆଇ ବ୍ୟାଙ୍କ ସହ ପାର୍ଟନରସିପ୍‌ କରିଛି ଫ୍ଲିପକାର୍ଟ। ଏଥିପାଇଁ ଏସବିଆଇ କ୍ରେଡିଚଟ କାର୍ଡ ୟୁଜର୍ସ ବିଭିନ୍ନ ପ୍ରଡକ୍ଟରେ ସିଧାସଳଖ୧୦ ପ୍ରତିଶତ ଅତିରିକ୍ତ ଡିସକାଉଣ୍ଟର ଲାଭ ପାଇବେ।    

ସେଲ ସମୟରେ ଟିଭି ଓ ଅନ୍ୟାନ୍ୟ ଡିଜିଟାଲ ପ୍ରଡକ୍ଟରେ ୭୫ ପ୍ରତିଶତ ଛାଡ ମିଳିବ। ଫ୍ୟାଶନ କାଟାଗରୀରେ ୮୦ ପ୍ରତିଶତ ଓ ମୋବାଇଲରେ ମଧ୍ୟ ଡିସକାଉଣ୍ଟ ରହିବ। ଫିଲ୍ପକାର୍ଟ “ବିଗ ସପିଙ୍ଗ ଡେଜ ସେଲ”ରେ ରିୟଲ ମି ମୋବାଇଲ ୭,୪୯୯ ଟଙ୍କାରୁ ଆରମ୍ଭ କରି ସେଲ କରାଯିବ। ଅପରପକ୍ଷରେ ଡିସକାଉଣ୍ଟ ପରେ ନୋକିଆ ୫.୧ ପ୍ଲସ୍‌ ୯,୯୯୯ ଟଙ୍କାରେ ସେଲ କରାଯିବ। ପକୋ ଏଫ୧, ଇନ୍‌ଫିନିକ୍ସ ନୋଟ୍‌ ୫ ଓ ଭିଭୋ ଭି୯ ପ୍ରୋରେ ମଧ୍ୟ ଡିସକାଉଣ୍ଟ ରହିବ।  Vivo V11 Pro , Vivo V11 ଓ Oppo F9 Proରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଏଡିସନାଲ ଏକ୍ସଚେଞ୍ଜ ଡିସକାଉଣ୍ଟର ଫାଇଦା ଉଠାଇପାରିବେ ଗ୍ରାହକ ।

ଏହା ସହ ଟେବଲେଟରେ ମଧ୍ୟ ଅଫର ରହିବ। Samsung Galaxy Tab A, Lenovo ଓ Alcatelରେ ଗ୍ରାହକ ଆରମ୍ଭ ହେଉଥିବା ୬,୯୯୯ ଟଙ୍କାରେ କିଣିପାରିବେ। ଫୋନ୍‌ ସହ କମ୍ପଲିଟ୍‌ ମୋବାଇଲ ପ୍ରୋଟେକ୍ସନକୁ ଗ୍ରାହକ ୯୯ ଟଙ୍କାରେ କିଣି ପାରିବେ।  

ସେଲ୍‌ରେ ଟିଭି ମଡେଲରେ ମଧ୍ୟ ଡିସକାଉଣ୍ଟ ସହ ୬୫ ପ୍ରତିଶତ ଛାଡ ମିଳିବ। ଅପରପକ୍ଷରେ ହୋମ୍‌ ଏପ୍ଲାଏନ୍‌ସେସ୍‌ ଗ୍ରାହକ ୨୭୫ ଟଙ୍କାରେ କିଣି ପାରିବେ। ରେଫ୍ରିଜିରେଟର ମଧ୍ୟ ୬,୭୯୦ରୁ ଆରମ୍ଭ ହୋଇ ବିଭିନ୍ନ ଦାମରେ ବିକ୍ରି ହେବ। ୱାସିଙ୍ଗ ମେଶିନ୍‌ରେ ମଧ୍ୟ ଗ୍ରାହକଙ୍କୁ ୫୦ ପ୍ରତିଶତ ଛାଡ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.