Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ପୂଜା ସେଲ୍‌ ଆରମ୍ଭରୁ ଫ୍ଲିପ୍‌କାର୍ଟ ଓ ଆମାଜନ୍‌କୁ ଝଟ୍‌କା, ନୋଟିସ୍‌ ପଠାଇଲେ କେନ୍ଦ୍ର ସରକାର

16/10/2020 at 10:52 PM

ନୂଆଦିଲ୍ଲୀ ୧୬/୧୦: ଫ୍ଲିପ୍‌କାର୍ଟ ଓ ଆମାଜନ୍‌ ଭଳି ଇ-କମର୍ସ ସଂସ୍ଥା ପାର୍ବଣ ଋତୁରେ ଜୋରଦାର ଅଫର ଦେଉଛନ୍ତି। ୟୁଜର୍ସ ଏହି ସବୁ ଇ-କମର୍ସ ସାଇଟ୍‌ରୁ ସପିଂ ମଧ୍ୟ କରୁଛନ୍ତି। ଭଲ ବେପାର ଚାଲିଥିବା ବେଳେ ଫ୍ଲିପ୍‌କାର୍ଟ ଓ ଆମଜନ୍‌କୁ କେନ୍ଦ୍ର ସରକାର ପଠାଇଛନ୍ତି ନୋଟିସ୍‌। ଏମାନଙ୍କ ଦ୍ବାରା ବିକ୍ରି ହେଉଥିବା ବହୁ ଖାସ ଜିନିଷ ଉପରେ ‘କଣ୍ଟ୍ରି ଅଫ୍‌ ଅରିଜିନ୍‌’ ରହୁନଥିବା ନେଇ ଅଭିଯୋଗ ହୋଇଛି।

ଏହି ଦୁଇ କମ୍ପନୀକୁ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ନୋଟିସ୍‌ରେ ଲେଖାଯାଇଛି, ଯାଞ୍ଚ ପରେ ଜଣାପଡ଼ିଛି ଫ୍ଲିପକାର୍ଟ ଓ ଆମାଜନ ସ୍ବତନ୍ତ୍ର ପ୍ରଡକ୍ଟରେ ନିର୍ମାତା ଦେଶଗୁଡ଼ିକ ନାଁ ଉଲ୍ଲେଖ କରୁନାହାନ୍ତି। ଯାହା କି ମନ୍ତ୍ରଣାଳୟ ନିୟମର ଖୋଲା ଉଲ୍ଲଂଘନ। ୧୫ ଦିନ ଭିତରେ ଜବାବ ରଖିବାକୁ କମ୍ପାନୀକୁ ନିର୍ଦେଶ ଦେଇଛନ୍ତି ସରକାର।

ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ଇ-କମର୍ସ କମ୍ପାନୀଗୁଡ଼ିକୁ ପ୍ରଡକ୍ଟ ଉପରେ ନିର୍ମାତା ଦେଶର ନାଁ ଉଲ୍ଲେଖ କରିବାକୁ କହିଥିଲେ। ଏଥିପାଇଁ ୩୦ ସେପ୍ଟେମ୍ବର ପର୍ଯ୍ୟ ସମୟ ମଧ୍ୟ ଦିଆଯାଇଥିଲା। ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ଫେଡରେସନ୍‌ ଅଫ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ଏହାକୁ ସ୍ବାଗତ ମଧ୍ୟ କରାଯାଇଥିଲା।

   Related Posts