ଲୋକଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଁଚାଇବେ ଫ୍ଲିପକାର୍ଟ, ଆମାଜନ: ସ୍ଥାନୀୟ ପ୍ରଶାସନକୁ କରିବେ ସହାୟତା

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ, ୨୬|୦୩: ଇ କମର୍ସ କମ୍ପାନୀ ଫ୍ଲିପକର୍ଟ୍, ଆମାଜନ, ଗ୍ରୋଫରସ୍, ବିଗ୍ ବାସ୍କେଟ୍ ସେମାନଙ୍କ ସେବାକୁ ପୂର୍ବଭଳି ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ଲକଡାଉନ୍ ସମୟରେ ସାଧାରଣ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ କରିବା ପାଇଁ କମ୍ପାନୀର ଡେଲିଭରୀ ବୟମାନେ ଆଗକୁ ଆସିବେ ବୋଲି ସୂଚନା ମିଳିଛି । ତେବେ ସିଧାସଳଖ ନହେଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ସହ କମ୍ପାନୀ ଯୋଗାଯୋଗ କରି ସେବା ଯୋଗାଇବ ବୋଲି କହିଛି । ଏପରିକି ସ୍ଥାନୀୟ ପ୍ରଶାସନକୁ ମଧ୍ୟ ସହଯୋଗ କରିବ ।

ଗ୍ରୋଫରସ୍ ସିଇଓ ଅଲିବିନ୍ଦର ଢିଣ୍ଡସା କହିଛନ୍ତି ଯେ, କମ୍ପାନୀ ବିଭିନ୍ନ ରାସନ ସାମଗ୍ରୀ ଯୋଗାଣ କରିବା ପାଇଁ ବିଭିନ୍ନ ସହରର ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବ । ଅନେକ ସ୍ଥାନରେ ଅନଲାଇନ୍ ସର୍ଭିସ ଯୋଗାଇବା ସମ୍ଭବପର ନୁହେଁ। ଗ୍ରାଉଣ୍ଡ ଷ୍ଟାଫମାନେ କିନ୍ତୁ ଆଗକୁ ଆସି ଲୋକଙ୍କୁ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଓ ବାଙ୍ଗାଲୋରରେ ଏହି ସୁବିଧା ମିଳିବ । ପରେ କୋଲକାତା ଓ ହାଇଦ୍ରାବାଦରେ କମ୍ପାନୀ ସେବା ଯୋଗାଇବ ।

{"id":244400,"width":745,"height":496,"sizeSlug":"large"}

ଫ୍ଲିପକାର୍ଟ୍ ସିଇଓ କଲ୍ୟାଣ କ୍ରୀଷ୍ଠାମୂର୍ତ୍ତି କହିଛନ୍ତି ଯେ, ଲକଡାଉନ ପାଇଁ ବିଭିନ୍ନ ରାଜ୍ୟର ସୀମା ସିଲ୍ କରିଦିଆଯାଇଛି । ପରିବହନ ଗାଡି ଅଟକି ରହିଛି । ଫଳରେ ଅନଲାଇନ୍ ଡେଲିଭରୀ ବନ୍ଦ କରିଦିଆଯାଇଛି। ଏପରିକି ଡେଲିଭରୀ ବୟ ଓ ଗ୍ରାଉଣ୍ଡ ଷ୍ଟାଫମାନଙ୍କୁ ମଧ୍ୟ ଅନୁମତି ମିଳୁନାହିଁ । ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯିବ । ତେବେ ଏପ୍ରିଲ ୧୫ ପରେ ହିଁ ପୂର୍ବଭଳି ସେବା ଜାରି ରହିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.