ମେ ୧୭ ତାରିଖ ପରେ ଆରମ୍ଭ ହୋଇପାରେ ବିମାନ ସେବା : ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧/୦୫ : ଭାରତୀୟ ରେଳବାଇ ପରେ ଇଣ୍ଡିଆନ ଏୟାରଲାଇନ୍ସ ମଧ୍ୟ ବହୁତ ଶୀଘ୍ର ବିମାନସେବା ଆରମ୍ଭ କରିବାକୁ ଯାଉଛି | ମିଳିଥିବା ସୂଚନା ଅନୁଯାୟୀ, ମେ ୧୭ ତାରିଖରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଶେଷ ହେବାପରେ କିଛି ବିମାନ ଉଡାଣ ଆରମ୍ଭ ହୋଇପାରେ | କିନ୍ତୁ କରୋନା ମହାମାରୀ ଯୋଗୁଁ ଅନେକ ନିୟମ ପରିବର୍ତ୍ତନ କରାଯାଇଛି | ସୂଚନା ଅନୁଯାୟୀ, କମ ବ୍ୟବଧାନ ଯାତ୍ରାରେ କୃ ସଦସ୍ୟ ଖାଇବା ଯୋଗାଇବେ ନାହିଁ | ପ୍ରତ୍ୟେକ ଯାତ୍ରୀଙ୍କୁ ନିଜ ମୋବାଇଲରେ ଆରୋଗ୍ୟ ଆପ ଡାଉନଲୋଡ଼ କରିବାକୁ ହେବ ଯେପରିକି ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ମିଳିପାରିବ |

ସୂଚନା ଅନୁଯାୟୀ, ସିଭିଲ ଏଭିଏସନ ସିକ୍ୟୁରିଟି ବ୍ୟୁରୋ ଏବଂ ସିଭିଲ ଏଭିଏସନ ଡ଼ାଇରେକ୍ଟର ଜେନେରାଲ ସୋମବାର ଦିନ ପ୍ରମୁଖ ବିମାନବନ୍ଦର ଯାଞ୍ଚ କରିବେ | କାମର୍ସିୟାଲ ଫ୍ଲାଇଟ ଉଡାଣକୁ ନେଇ ଅନ୍ତିମ ପ୍ରସ୍ତୁତି ଯାଞ୍ଚ କରାଯିବ | ପ୍ରଥମ ପର୍ଯ୍ୟାୟରେ ୨୫ ପ୍ରତିଶତ ଅଞ୍ଚଳ କଭର କରାଯିବ | କରୋନା ମହାମାରୀ ପ୍ରସାର ରୋକିବା ପାଇଁ ବିମାନରେ ଖାଦ୍ୟ ନ ଯୋଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି | ୨ ଘଣ୍ଟାରୁ କମ ବ୍ୟବଧାନ ଯାତ୍ରା ପାଇଁ ଖାଦ୍ୟ ଦିଆଯିବ ନାହିଁ |

ସୂଚନାଯୋଗ୍ୟ ଯେ, ଟ୍ରେନରେ ଯାତ୍ରା କରିବା ପାଇଁ ମଧ୍ୟ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରିବା ବାଧ୍ୟତାମୂଳକ ନୁହେଁ | ଜେନେରାଲ ଓ ସେକେଣ୍ଡ କ୍ଲାସ ଯାତ୍ରୀଙ୍କ ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି | କାରଣ ଏହି କୋଚରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଖରେ ମୋବାଇଲ ଉପଲବ୍ଧ ହୋଇନପାରେ | ସେଥିପାଇଁ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି |

{"id":268035,"sizeSlug":"large"}

ମାର୍ଚ୍ଚ ୧୯ ତାରିଖରେ ଡ଼ିଜିସିଏ ଘୋଷଣା କରିଥିଲେ ଯେ ମାର୍ଚ୍ଚ ୨୩ ତାରିଖ ରାତି ୧.୩୦ ମିନିଟ୍ରୁ ଭାରତରେ କୌଣସି ଅନ୍ତର୍ଜାତୀୟ ବିମାନ ଚାଲିବ ନାହିଁ | ଘରୋଇ ବିମାନ ମାର୍ଚ୍ଚ ୨୪ ତାରିଖରୁ ବନ୍ଦ ରହିଛି | ମେ ୧୭ ତାରିଖ ପରେ କିଛି ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଡ଼ିଜିସିଏ ଘୋଷଣା କରିଛନ୍ତି | ମେ ୧୨ ତାରିଖରୁ ରେଳସେବା ଆରମ୍ଭ ହେବ | ମେ ୧୨ ତାରିଖରୁ ଦେଶରେ ୧୫ ଯୋଡ଼ା ଟ୍ରେନ ଚାଲିବ | ଏଥିପାଇଁ ଅନଲାଇନ ଟିକେଟ ବୁକିଂ ମେ ୧୧ ତାରିଖ ଅପରାହ୍ନ ୪ଟା ରୁ  ଆରମ୍ଭ ହେବ | ବୁକିଂ କେବଳ ରେଳବାଇ ୱେବସାଇଟ www.irctc.co.in ରେ ହିଁ ଉପଲବ୍ଧ ହେବ | ଷ୍ଟେସନରେ ଟିକେଟ ବୁକିଂ କାଉଣ୍ଟର ବନ୍ଦ ରହିବ | ଟିକେଟ କାନଫର୍ମ ହେଲେ ହିଁ ଯାତ୍ରୀ ଯାତ୍ରା କରିପାରିବେ | ଟ୍ରେନ ଭଡା ରାଜଧାନୀ ଏକ୍ସପ୍ରେସ ସହ ସମାନ ରଖାଯାଇଛି | ରେଳବାଇ ଅନୁଯାୟୀ, ନୂଆଦିଲ୍ଲୀରୁ ସ୍ପେଶାଲ ଟ୍ରେନ ଦିଵରୂଗଡ଼, ଅଗରତାଲା, ହାୱଡା, ପାଟଣା, ରାଞ୍ଚି, ବିଳାସପୁର, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ, ଭଡଗାଁଓ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜାମ୍ମୁ ପାଇଁ ଟ୍ରେନ ଚାଲିବ | ଦିଲ୍ଲୀର ଅଧିକାଂଶ ରାଜ୍ୟର ରାଜଧାନୀ କିମ୍ବା ମୁଖ୍ୟ ସହରକୁ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.