ଝାରସୁଗୁଡାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ଉଡିବ ବିମାନ, ସପ୍ତାହରେ ୪ ଥର

Published By : Prameya-News7 Bureau | January 01, 2021 IST

ଝାରସୁଗୁଡା୧/୧: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ  ଏବଂ ବେଙ୍ଗାଲୁରୁ ଉଡାଣ ଭରିବ ବିମାନ। ଆସନ୍ତା ୧୨ ତାରିଖରୁ ଉଡାଣ  ଭରିବ। ସପ୍ତାହରେ ୪ ଦିନ ଉଡାଣ ଭରିବ ବିମାନ। ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ଆରମ୍ଭ ହୋଇଛି। ସ୍ପାଇସ୍‌ଜେଟ ପକ୍ଷରୁ ୧୪୪ ଯାତ୍ରୀଙ୍କ ପାଇଁ ବୋଇଂ ବିମାନ ଚଳାଚଳ କରିବ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମୟ ତାଲିକା ଘୋଷଣା କରାଯାଇଛି। ପ୍ରତି ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ଝାରସୁଗୁଡା ହୋଇ ବାଙ୍ଗାଲୁରୁ କୁ ଓ ବାଙ୍ଗାଲୁରୁ ରୁ ଝାରସୁଗୁଡା ହୋଇ ମୁମ୍ବାଇକୁ ବିମାନ ଉଡାଣ ଭରିବ। ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.